ସାପ ଧରାରେ ସାପ ଧରାଳୀ ମୃତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାପ ସହ ଖେଳୁଥିଲେ । ଆଉ ଏବେ ସେହି ସାପ ହିିଁ ତାଙ୍କ ଜୀବନ ନେବାର କାରଣ ସାଜିଲା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପରିସରରେ । ସୁଚନା ଅନୁସାରେ ମେଣ୍ଡାମାଲ ଗାଁର ଗୌର କୁମ୍ଭାର ଜଣେ ସାପ ଧରାଳୀ ଅଟନ୍ତି । ତେଣୁ କରି ତାଙ୍କୁ ଚମ୍ପାମାଲ ଗାଁର ଜଣଙ୍କ ଘରେ ଏକ ନାଗ ସାପ ବାହାରିଥିବା ଖବର ଦିଆଯାଇଥିଲା । ଆଉ ଖବର ପାଉ ପାଉ ଗୌର କୁମ୍ଭାର ସାପ ଧରିବା ପାଇଁ ଚମ୍ପାମାଲ ଗାଁକୁ ଯାଇ ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ ଜାରରେ ଧରି କୌଣସି କାମରେ ବିରମହାରାଜପୁର ଥାନାକୁ ଆସିଥିଲେ । ତେବେ ଥାନାରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଆଗରେ ସାପକୁ ଡବାରୁ ବାହାର କରି ଖେଳାଇବା ଆରମ୍ଭ କରିଥିଲେ । ଏହାପରେ ସାପଟିକୁ ପୁଣି ଡବା ଭିତରେ ପୁରାଇବା ସମୟରେ ଗୌରଙ୍କ ହାତରେ ଚୋଟ ମାରିଥିଲା ବିଷଧର ନାଗସାପ । ଫଳରେ ଗୌରଙ୍କ ଅବସ୍ଥା ଗୁରୁତର ହୋଇଯାଇଥିବା ବେଳେ ତୁରନ୍ତ ଗୌରଙ୍କୁ ପୁଲିସ କର୍ମଚାରୀମାନେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.