
ବଲାଙ୍ଗିର, (କେପିଏନ୍ଏସ୍) : ପଶ୍ଚିମ ଓଡିଶାର ବଳିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ବିଜୁ ଜନତା ଦଳର ବଲାଙ୍ଗିର ସାଂସଦ ପ୍ରାର୍ଥୀ ହେବା ପରେ ତାଙ୍କ ଶୁଭେଚ୍ଛୁ ସମର୍ଥକଙ୍କ ମହଲରେ ଖୁସିର ବାତାବରଣ ଦେଖିବାକୁ ମିଳିଛି । ଶ୍ରୀ ସିଂ ଭୋଇଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସାଂସଦ ଟିକେଟ୍ ପାଇବା ପରେ ଶ୍ରୀ ସିଂ ଭୋଇ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ, ମନ୍ତ୍ରୀ ଟୁକୁନି ସାହୁ ଓ ଅନ୍ୟ ନେତୃବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ବିଜେଡି ପକ୍ଷରୁ ନିର୍ବାଚନର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ହେବାପରେ ଶ୍ରୀ ସିଂ ଭୋଇ କଂଗ୍ରେସ ସହ ଦୀର୍ଘ ୩୮ ବର୍ଷ ଧରି ରହିଥିବା ଗାଢ଼ ସଂପର୍କକୁ ଆଡେଇ ଦେଇ ବିଜେଡିରେ ଯୋଗ ଦେଇଥିଲେ ।