oom

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ ସହ ଧନ୍ୟବାଦ ଦେଲେ ‘ସୁବର୍ଣ୍ଣାଶ୍ରୀ’ର ବୋର୍ଡ ଅଫ ଡାଇରେକ୍ଟରର ସଦସ୍ୟା ବୃନ୍ଦ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବଳିଷ୍ଠ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୁବନେଶ୍ୱରରେ ‘ସୁବର୍ଣ୍ଣାଶ୍ରୀ’ ଏକ ଏକ୍ସକ୍ଲୁସିଭ୍ ହ୍ୟାଣ୍ଡଲୁମ୍ ରିଟେଲ୍ ଆଉଟଲେଟ୍ ଉଦ୍‌ଘାଟନ ତା ୧୮/୦୯/୨୨ରେ ହୋଇଯାଇଛି । ‘ସୁବର୍ଣ୍ଣାଶ୍ରୀ’ର ଏହି ବିଶେଷ ଏକ୍ସକ୍ଲୁସିଭ୍ ହ୍ୟାଣ୍ଡଲୁମ୍ ରିଟେଲ୍ ଆଉଟଲେଟ୍‌ର ଉଦ୍‌ଘାଟନ ଜିଲ୍ଲାର ଗର୍ବ ଓ ଗୌରବକୁ ଦ୍ୱିଗୁଣିତ କରିଥିବା ବେଳେ ଜିଲ୍ଲାର ବୟନ, ହସ୍ତତନ୍ତ ଓ ହସ୍ତକଳା କ୍ଷେତ୍ରରେ ଏକ ବିଶେଷ ମହତ୍ୱ ପ୍ରତିପାଦିତ କରି ମା’ମାନଙ୍କ ଆର୍ଥିକ ପ୍ରଗତିର ପ୍ରେରଣାର ଉତ୍ସ ହୋଇପାରିଛି । ଏହି କାର୍ଯ୍ୟକ୍ରମର ସଫଳତାକୁ ଆଖି ଆଗରେ ରଖି ‘ସୁବର୍ଣ୍ଣାଶ୍ରୀ’ର ବୋର୍ଡ ଅଫ ଡାଇରେକ୍ଟରର ସଦସ୍ୟା ବୃନ୍ଦ ଗତକାଲି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭି. କେ ପାଣ୍ଡିଆନ, ମିଶନ ଶକ୍ତି ସଚିବ ଶ୍ରୀମତୀ ସୁଜାତା ଆର କାର୍ତ୍ତିକେୟନ ପ୍ରମୁଖଙ୍କୁ ଭେଟି ଓଡିଶା ସରକାରଙ୍କ ମହିଳା ସଶକ୍ତିକରଣ ବିଭାଗ ତଥା ମିଶନ ଶକ୍ତି ଦ୍ୱାରା ଜିଲ୍ଲାର ମାଆମାନଙ୍କୁ ନେଇ ଆରମ୍ଭ ହୋଇଥିବା ‘ସୁବର୍ଣ୍ଣାଶ୍ରୀ’ ଉତ୍ପାଦ କମ୍ପାନୀର କାର୍ଯ୍ୟକାରିତା ଓ ସଫଳ ଯାତ୍ରାର ଅନୁଭୂତି କହିବା ସହ କମ୍ପାନୀର ସଫଳତା ନିମନ୍ତେ ମୁଖ୍ୟମନ୍ତ୍ରୀ, ୫ଟି ସଚିବ ତଥା ମିଶନ ଶକ୍ତି ସଚିବ ପ୍ରମୁଖଙ୍କୁ ଜିଲ୍ଲାବାସୀଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

jittmm
Leave A Reply

Your email address will not be published.