ଧନୁଯାତ୍ରାରେ ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା : ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା

ବରଗଡ଼ : ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ବିଜେପୁର ବ୍ଲକ ପୁଟୁକାର ସର୍ଜନ ଡନସେନା (୩୬), ପ୍ରହଲ୍ଲାଦ ଦାଶ (୩୩) ଏବଂ ଜଗଦଲପୁର ଥାନା ଅନ୍ତର୍ଗତ ଧୂମାଭଟାର ଜୟକୃଷ୍ଣ ଡନସେନା (୪୦) । ଯୁବତୀ ନିଖୋଜ ଘଟଣାର ୯ଦିନ ବିତି ଗଲେ ମଧ୍ୟ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି । ଏହାର ପ୍ରତିବାଦରେ ମଙ୍ଗଳବାର ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦିଆଯାଇଛି । ବିଜେଡି, ବ୍ୟବସାୟୀ ସଂଘ, ବିଭିନ୍ନ ସାମାଜିକ ସଙ୍ଗଠନ ସମେତ ୩୦ ରାଜନୈତିକ ଓ ଅଣରାଜନୈତିକ ସଙ୍ଗଠନ ଏହାକୁ ସମର୍ଥନ ଜଣାଇଛନ୍ତି । ସକାଳୁ ସହର ବିଭିନ୍ନ ଛକରେ ବନ୍ଦ ପାଳନ ହେଉଥିବାର ଦେଖିବାକୁ ମିଳିଛି । ବିଭିିନ୍ନ ସଂଗଠନ ପକ୍ଷରୁ ପିକେଟିଂ ସହ ରାସ୍ତାରୋକ କରୁଛନ୍ତି । ଅତ୍ୟାବଶ୍ୟକ ସେବା ଓ ଜରୁରୀ କାଳୀନ ସେବାକୁ ବାଦ ଦେଇ ବିଭିନ୍ନ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ କାର୍ଯ୍ୟାଳୟ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ ।

Leave A Reply

Your email address will not be published.