lika

ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବର ତୃତୀୟ ସନ୍ଧ୍ୟା : ନାଟ୍ୟାଭିନୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କଲେ ହଜାର ହଜାର ଦର୍ଶକ

gbag

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ୩୮ତମ ଧନୁଯାତ୍ରା ମହୋତ୍ସବ ତୃତୀୟ ଦିବସରେ ପହଞ୍ଚିଛି । ପାତ୍ର, ମନ୍ତ୍ରୀ ସହ ବିରାଟ ପଟୁଆରରେ କଂସ ମହାରାଜ ରଙ୍ଗମଞ୍ଚକୁ ପହଞ୍ଚିବା ପରେ ରାଜକାର୍ଯ୍ୟ ଆରମ୍ଭ ହୋଇଥିଲା । ତୃତୀୟ ରଜନୀରେ ରାଜ ଦରବାରକୁ ରାଜକୀୟ ଅତିଥି ଭାବେ ଲୋୟର ଇନ୍ଦ୍ର ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ସୋମ୍ୟ କିଶୋର ଜୟପୁରିଆ, ବଲାଙ୍ଗିର ସମବାୟ ସମିତି ନିର୍ଦ୍ଦେଶକ ଲକ୍ଷ୍ମଣ ମେହେର, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ସଂଗ୍ରାମୀ ମାଟି, ଐତିହ୍ୟ ମାଟି, ଜମିଦାରୀ ମାଟି, ବୀର ମାଟି, କନ୍ଧାନ ଗଡ଼ର ସଂଗ୍ରାମୀ ମୋହନ ମାଝୀ, ସଦାନନ୍ଦ ସିଂ ଭୋଇଙ୍କ ପରି ବହୁ ସଂଗ୍ରାମୀଙ୍କୁ ଜନ୍ମ ଦେଇଥିବା କନ୍ଧାନ ଗଡ଼ ଦିନେ ବ୍ରିଟିଶ ସମ୍ରାଜ୍ୟକୁ ଦୋହଲାଇ ଦେଇଥିଲା । ସେଇ ମାଟିରୁ ଦାଦନର କଳଙ୍କକୁ ଦୂର କରିବା ପାଇଁ ସାମୁହିକ ଉଦ୍ୟମ ପାଇଁ ଅତିଥିଙ୍କ ଦ୍ଵାରା ମତ ପ୍ରକାଶ ପାଇଥିଲା । କଳା, ସଂସ୍କୃତିର ସୁରକ୍ଷା ପାଇଁ ପ୍ରୟାସକୁ ପ୍ରଶଂସା କରାଯାଇଥିଲା । ଡ. ନାରାୟଣ ମିଶ୍ର ସଭା ସଂଯୋଜନା କରିଥିଲେ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ପୌରାଣିକ କଥାବସ୍ତୁକୁ ନେଇ କଳାକାରଙ୍କ ନିଖୁଣ ଅଭିନୟ ବେଶ ଚିତ୍ତାକର୍ଷକ ହୋଇଥିଲା । ମହାରାଜ କଂସ ଭୂମିକାରେ ଅଭିନୟ କରୁଥିବା ପଶ୍ଚିମ ଓଡ଼ିଶାର ବରିଷ୍ଠ କଳାକାର ରବୀନ୍ଦ୍ର ସାହୁଙ୍କ ସଂଳାପ ଓ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଲୋକେ ଉପଭୋଗ କରିଥିଲେ । ରଙ୍ଗମଞ୍ଚରେ ଅଷ୍ଟମଲ୍ଲ ନିଧନରେ କଂସ ମର୍ମାହତ, କାଳୀୟ ନାଗକୁ ଆଦେଶ, ରାଣୀପଦ୍ମାବତୀଙ୍କ ଧନଶ୍ରୀ ଓଷା, ରଙ୍ଗ ସଭା ଓ ଧନୁଯାତ୍ରା ଆରମ୍ଭ ଦୃଶ୍ୟ ଅଭିନୀତ ହୋଇଥିଲା । ବାସନ୍ତୀ କଳା ପରିଷଦ ତରଭା, ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

sandip
Leave A Reply

Your email address will not be published.