oom

ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସରେ କୋଶଲି କବିତା ପାଠୋତ୍ସବ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ତଥା ମଥୁରା ନଗରୀରେ ଚାଲିଥିବା ପଞ୍ଚମ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଦ୍ୱିତୀୟ ଦିବସ ସନ୍ଧ୍ୟାରେ ପ୍ରଥମେ ମଞ୍ଚରେ ଏକ କୋଶଲି କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଆୟୋଜକ କମିଟି ସଭାପତି ଶ୍ରୀବତ୍ସ ବେହେରାଙ୍କ ଅଧ୍ୟକ୍ଷତାରେ ତଥା ମଧୁର ଝରନ କୁଟୁମ୍ ପକ୍ଷରୁ ଯୁବକବି ଲିଲୁମୋହନ ପଧାନଙ୍କ ସଭାପତିତ୍ୱରେ ତଥା ଦନାର୍ଦନ ବଗର୍ତ୍ତିଙ୍କ ସଂଯୋଜନାରେ ବରିଷ୍ଠ କବି ଭିକାରୀ ମିଶ୍ର, କବି ନୀଳମଣି ସାହୁ, କବି ଟିକେଲାଲ୍ ବେହେରା, ଅଧ୍ୟାପକ ଦିଲ୍ଲୀପ ପଶାୟତ, ଅଧ୍ୟାପକ ଘନଶ୍ୟାମ ଖମାରୀ, ଡ. ନାରାୟଣ ମିଶ୍ର, ନିଗମାନନ୍ଦ ଦାସ, ରୋହିତ ସାହୁ, ଯଶୋବନ୍ତ ସାହୁ, ତରୁଣ ସିଂ ଦୀପ, ମଧୁସୂଦନ ନାଗ, ଥବିର ସା, ଭାଗ୍ୟବାନ ଛତ୍ରିଆ, ସୁଦର୍ଶନ ଦୀପ ପ୍ରମୁଖ ସ୍ବରଚିତ କୋଶଲି କବିତା ପାଠ କରିଥିଲେ ।ପରେ ସମସ୍ତ କବିମାନଙ୍କୁ ଆୟୋଜକ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୋପପୁର ବନବାହାଲରେ ନନ୍ଦରାଜାଙ୍କ ପୁତ୍ରେଷ୍ଟି ଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମଥୁରା ନଗରୀରେ ଦେବକୀଙ୍କ ବିବାହ ଓ କଂସଙ୍କ ରାଜ୍ୟାଭିଷେକ ମଞ୍ଚସ୍ଥ ହୋଇଥିଲା । କଂସ ଦରବାରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ସତ୍ୟନାରାୟଣ ଭୋଇ, ସମ୍ମାନିତ ଅତିଥି ରୂପେ, ୟୂଜିବି ବ୍ୟାଙ୍କ ପରିଚାଳକ ରତିକାନ୍ତ ସାହୁ, ଚୌଶଠୀ ଯୋଗିନୀ କଳା ପରିଷଦର ସଭାପତି ଡ ନାରାୟଣ ମିଶ୍ର, ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘ ଉପସଭାପତି ସୁରେଶ ଭୋଇ, ଅବସରପ୍ରାପ୍ତ ସୈନିକ ଧନେଶ୍ଵର ମାଝୀ ଓ ଡଙ୍ଗରପଡ଼ା ପଞ୍ଚାୟତ ଯାଦବ ସଭାପତି ତେଜୁରାମ ବାଗଙ୍କ ସହ ଅନ୍ୟମାନେ ରାଜ ଅତିଥି ରୂପେ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି ।

jittmm
Leave A Reply

Your email address will not be published.