oom

ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘର ବୈଠକ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ପକ୍ଷରୁ ଏକ ବୈଠକ ସ୍ଥାନୀୟ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ସଂଘର ସଭାପତି ଦୟାନିଧି ପ୍ରଧାନଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ କଳାକାର ମାନଙ୍କ ପାଇଁ ୭ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ସେଥିମଧ୍ୟରୁ କୋଭିଡ ପାଇଁ ବହୁ ଦିନରୁ ବେକାର ହୋଇ ବସିଥିବା ଧନୁଯାତ୍ରା କଳାକାର ମାନଙ୍କୁ କଳା ପରିବେଷଣ ପାଇଁ ଅନୁମତି ଦେବା, ପ୍ରକୃତ କଳାକାର ମାନଙ୍କୁ କଳାକାର ସହାୟତା ରାଶି ପ୍ରଦାନ କରିବା, ଅଣ କଳାକାର ମାନଙ୍କୁ ଏହି ତାଲିକାରୁ ବାଦ ଦେବା, ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ଅଫିସ ପାଇଁ ସରକାର ଜମି ଯୋଗାଇ ଦେବା ଆଦି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଏ ସଂକ୍ରାନ୍ତରେ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବରଗଡ଼ ଜିଲ୍ଲାପାଳଙ୍କୁ ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଜଗଦାନନ୍ଦ ମିଶ୍ର, ଗୋପାଳ ଦାସ, ଝସ କେତନ ପ୍ରଧାନ, ବରୁଣ ସାହୁ, ଆଦିତ୍ୟ ପଣ୍ଡା, ଭାଗ୍ୟଧର ବେହେରା, ରମେଶ ମେହେର, ଜଗନ୍ନାଥ ସାହୁ, ରବୀନ୍ଦ୍ର କୁମାର ସାହୁ, ଶୁଶିଲ କୁମାର ମେହେର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସଭାରେ ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା ଜିଲ୍ଲାର କଳାକାରମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.