ଆଜିଠୁ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ

ବରଗଡ଼, (କେପିଏନ୍‌ଏସ୍‌) : ଆଜିଠୁ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବ । ଏହା ୧୧ ଦିନ ବ୍ୟାପୀ ଚାଲିବ । ବରଗଡ଼ ସହର ମଥୁରାନଗରୀ, ସହର ଉପକଣ୍ଠ ଅମ୍ବାପାଲି ଗୋପପୁର ଏବଂ ଜିରା ନଦୀ ଯମୁନା ପାଲଟିବ । କୋଭିଡ୍‌ କଟକଣା ଯୋଗୁଁ ବିଗତ ୨ ବର୍ଷ ଧରି ଧନୁଯାତ୍ରା ହୋଇ ପାରି ନଥିଲା । କଟକଣା ହଟିବା ପରେ ଏଥର ମହୋତ୍ସବ ପୁଣି ଆରମ୍ଭ ହେବ । ଫଳରେ ଦର୍ଶକଙ୍କଠାରୁ ଆରମ୍ଭ କରି କଳାକାର ତଥା ଉଭୟ ମଥୁରା ଓ ଗୋପପୁରବାସୀଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ପରିଲକ୍ଷିତ ହୋଇଛି । ପରମ୍ପରା ଅନୁଯାୟୀ, ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ସନ୍ଧ୍ୟା ୭ଟାରେ ମହୋତ୍ସବକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ୭ ଦିନ ହାଟପଦା ମଞ୍ଚ ରାଜଦରବାର ଏବଂ ଶେଷ ୪ ଦିନ ରଙ୍ଗମହଲ ପାଲଟିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!