oom

ଖରିଦପିପଳ ସେବା ସମବାୟ ସମିତିରେ ଧାନମଣ୍ଡି ଉଦ୍‌ଘାଟିତ

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ସେବା ସମବାୟ ସମିତିରେ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଧାନମଣ୍ଡିକୁ ସମିତିର ସଭାପତି କେଶବଚନ୍ଦ୍ର ପାଳ ଉଦ୍‌ଘାଟନ କରିଥିଲେ । ଏଥିରେ ଭାରପ୍ରାପ୍ତ ସମ୍ପାଦକ ସତ୍ୟ ଗୋପାଲ ସାମଲ, ଜଳେଶ୍ଵର ଆର୍‌ଏମ୍‌ସି କର୍ମଚାରୀ ଲକ୍ଷ୍ମୀକାନ୍ତ ଗିରି, ନାଚିନ୍ଦା ସରପଞ୍ଚ ଶିଶିର କୁମାର ରଣା, ସମିତିର ପ୍ରାକ୍ତନ ସମ୍ପାଦକ ଅନନ୍ତ କୁମାର ସାମଲ, ସମାଜସେବୀ ମୁରଲୀମୋହନ ପଟ୍ଟନାୟକ, ସମିତିର ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା, ଗୋପାଳଚନ୍ଦ୍ର ସେଠୀ, ନିମାଇଁ ଚରଣ ପାଳ ପ୍ରମୁଖ ଯୋଗଦେଇ ଧାନମଣ୍ଡିକୁ ଆସିଥିବା ଚାଷୀ ଭାଇମାନେ କିପରି ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ପାଇବା ସହିତ ଧାନ କିପରି ଭାବରେ ମଣ୍ଡିକୁ ସୁରୁଖୁରୁରେ ଆଣିପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ସମିତିର କର୍ମଚାରୀ ନନ୍ଦକିଶୋର ପାଣିଗ୍ରାହୀ, କାର୍ତ୍ତିକଚନ୍ଦ୍ର ଦେ ଏବଂ ଶହେରୁ ଅଧିକ ଚାଷୀ ଉଦ୍‌ଘାଟନରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.