
ସଇଁତଳା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଳା ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତିଠାରେ ମଙ୍ଗଳବାର ଦିନ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସଇଁତଳା ସମବାୟ ସମିତି ସଭାପତି ପ୍ରଭାତ ସିଂ ଭୋଇ ଓ ସମ୍ମାନିତ ଅତିଥି ଭାବେ ସମବାୟ ସମିତି ଡାଇରେକ୍ଟର ପ୍ରମୋଦ କୁମାର ସେଲମା ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଯାଇଛି । ଚଳିତ ବର୍ଷ ୨୦୨୩-୨୪ ଖରିଫ ଋତୁରେ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ମଣ୍ଡି ବ୍ୟବସ୍ଥା କରାଯାଇଛି । ଏହି ମଣ୍ଡିରେ ଚାଷୀମାନେ ଧାନ ୨୧୮୩ ଟଙ୍କା ଦରରେ ସମବାୟ ସମିତି ବିକ୍ରି କରିପାରିବେ ବୋଲି ସୂଚନା ଦିଆଯାଇଛି । ଉକ୍ତ ମଣ୍ଡିରେ ଦଲାଲ ଓ ବେପାରୀମାନେ ସକ୍ରିୟ ହୋଇଥିବାରୁ ତାଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହୋଇଥିଲା । ଏହି ସମୟରେ ସମବାୟ ସମିତି ଡାଇରେକ୍ଟର ଯୋଗୀନ୍ଦ୍ର ସାହୁ, ପେକ୍ସ ସମ୍ପାଦକ ରୋହିତ ସାହୁ, ଗ୍ରାମ୍ୟ କୃଷି କର୍ମଚାରୀ ଅଳକା ସମାତା, ଡିଇଓ ଚନ୍ଦ୍ର ଚନ୍ଦନ, ସମବାୟ ବିଭାଗର କର୍ମଚାରୀ କୃଷ୍ଣ ଚନ୍ଦ୍ର ପ୍ରଧାନ, ଜଗଦିଶ ରାଉତ, ଚାଷୀ ବାସୁଦେବ ସାହୁ, ଜୟରାମ ରଣା, ରମାନାଥ ବଗର୍ତ୍ତୀ, ଅର୍ଜୁନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।