jayashree

ସଇଁତଲା ଧାନମଣ୍ଡିରେ ଆରମ୍ଭରୁ ଅବ୍ୟବସ୍ଥା, ମଣ୍ଡି ସୁଧାରିବାକୁ ସରକାର ପ୍ରୟାସ ଫେଲ

ସଇଁତଲା, (ପ୍ରମୋଦ ସେଲମା) : ସରକାର ଚାଷୀମାନଙ୍କ ଅମଳ ଧାନକୁ ମଣ୍ଡିରେ ବିକ୍ରି କରିବା ପାଇଁ ସୁବ୍ୟବସ୍ଥା କରିବା ନିର୍ଦ୍ଦେଶ ଜାରୀ କରିଛନ୍ତି । ଏପରିକି ଧାନ କୁଣ୍ଟାଲ ପ୍ରତି ୩୧୦୦ ଟଙ୍କା ସରକାର ଦେବା ସହ କଟନୀ ଛଟନୀ ହେବ ନାହିଁ । ଦଲାଲ ମୁକ୍ତ ହେବ ଓ ଧାନ ମଣ୍ଡିରୁ ସିଧାସଳଖ ରାଇସ ମିଲ୍‌କୁ ଯାଇ ସିଧା ଆକାଉଣ୍ଟ ଟଙ୍କା ଜମା ହେବ ବୋଲି ଡିମଡ଼ିମି ପିଟୁଛନ୍ତି । ଏହା ସହିତ ଚାଷୀମାନଙ୍କ ପାଇଁ ବସିବା ପାଇଁ ଛାଉଣୀ ବ୍ୟବସ୍ଥା , ପିଇବା ପାଣି ଓ ଶୌଚାଳୟ ଇତ୍ୟାଦି ମଣ୍ଡିରେ ରହିବା ନିୟମ ରହିଛି । କିନ୍ତୁ ମଣ୍ଡିରେ ଏହାର ବିପରୀତ ଦେଖିବାକୁ ମିଳିଛି । ପ୍ରକାଶ ଯେ, ଏହି ବ୍ଲକ ୧୨ ପେକ୍ସ ରହିଥିବା ବେଳେ ୫ ସ୍ୱୟଂ ସହାୟିକା ଦଳ ଦ୍ୱାରା ଧାନ କିଣା ପାଇଁ ମଣ୍ଡି ଖୋଲା ଯାଇଥିବା ବେଳେ ଏଠାରେ କୋଣସି ସର୍ବନିମ୍ନ ଆନୁସଙ୍ଗିକ ବ୍ୟବସ୍ଥା ହୋଇ ନଥିବା ଦେଖାଦେଇଛି । ବଲାଙ୍ଗିର ଜିଲ୍ଲାରେ ଗତ ୨ ତାରିଖରୁ ମଣ୍ଡି ଖୋଲିବା ପାଇଁ ଘୋଷଣା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସଇଁତଲା ବ୍ଲକରେ ଅଧିକାଂଶ ମଣ୍ଡି ଖୋଲା ଯାଇନାହିଁ । ଏପରିକି ଯେଉଁ ମଣ୍ଡି ଖୋଲା ଯାଇଛି ସେଠିରେ ଚାଷୀମାନଙ୍କ ପାଇଁ କୋଣସି ସୁବିଧା ନଥିବା ଦେଖାଦେଇଛି । ଚାଷୀମାନେ ବସିବା ପାଇଁ ଉପଯୁକ୍ତ ସ୍ଥାନର ବ୍ୟବସ୍ଥା କିମ୍ବା ସ୍ଵଛ ପାନୀୟ ଜଳର ବ୍ୟବସ୍ଥା ହୋଇ ନଥିବା ବେଳେ ଚାଷୀମାନଙ୍କ ଧାନ ରଖିବା ପାଇଁ ଛାଉଣୀ ବ୍ୟବସ୍ଥା ସଠିକ ମାତ୍ରାରେ ହୋଇ ନଥିବା ଚାଷୀ ମହଲରୁ ଅଭିଯୋଗ ହେଉଛି । ଅପର ପକ୍ଷରେ ମଣ୍ଡିରେ ଅଖା ବସ୍ତା ବ୍ୟବହାରକୁ ନେଇ ଚାଷୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଚାଷୀମାନେ ମହଲରେ ଆଲୋନା ହେଉଛି । ଯାହା ସରକାରଙ୍କ ଘୋଷଣାକୁ ଉପହାସ କରିଛି । ଏନେଇ ଟିଟିଲାଗଡ଼ ଏ.ଆର୍‌.ସି.ଏସ୍‌.ଏସ୍‌. କେ ମଲ୍ଲିକଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିବାରୁ ମୋବାଇଲ ସୁଇଜ ଅପ ରହିଥିଲା । ଏଣୁ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଯଥା ପୂରମଂ ତଥା ପୁରମଂ ଅବସ୍ଥାରେ ଚାଲିବ ବୋଲି ସାଧାରଣ ଆଲୋଚନା ହେଉଛି ।

Leave A Reply

Your email address will not be published.