ଧାନ ମଣ୍ଡିରେ ଚାଲିଛି କଟନି ଛଟନି : ପ୍ରଦୀପ ପୁରୋହିତ

  • ବିଭାଗୀୟ ମନ୍ତ୍ରୀ ଓଡ଼ିଶାର କୌଣସି ଏକ ମଣ୍ଡିକୁ ଯାଆନ୍ତୁ : ଶ୍ରୀ ପୁରୋହିତ
  • ୭୫ କେଜି ଧାନରେ ମିନିମମୟ ଦୁଇ କେଜି କଟନି ଛଟନି ହେଉଛି : ଶ୍ରୀ ପୁରୋହିତ
  • ଧାନ ବିକ୍ରି ପରେ ବି ଚାଷୀଙ୍କ ଆକାଉଣ୍ଟରେ ଜମା ହେଉ ନାହିଁ ପଇସା : ଶ୍ରୀ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ଧାନ ମଣ୍ଡିରେ ଚାଲିଥିବା କଟନି ଛଟନିକୁ ନେଇ ପଦ୍ମପୁର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମଣ୍ଡିରେ ଧାନ କିଣାବିକାରେ ବ୍ୟାପକ ଅବ୍ୟବସ୍ଥା ଚାଲିଛି । ବିଭାଗୀୟ ମନ୍ତ୍ରୀ ଭୁବନେଶ୍ଵର ସଚିବାଳୟରୁ ବଡିମଣ୍ତିରେ ଠିକ୍ ବ୍ୟବସ୍ଥା ଚାଲିଛି କହିଲେ ହେବ ନାହିଁ । ଯଦି ବା ଚିତ୍ର ଦେଖିବାକୁ ଚାହୁଁଛନ୍ତି, ଚାଷୀଙ୍କ ଦୁଃଖ ଦେଖିବାକୁ ଚାହୁଁଛନ୍ତି । ତେବେ ବିଭାଗୀୟ ମନ୍ତ୍ରୀ ଓଡ଼ିଶାର କୌଣସି ଏକ ମଣ୍ଡିକୁ ଯାଆନ୍ତୁ । ଚାଷୀଙ୍କ ସହ ଆଲୋଚନା କରନ୍ତୁ । ଏହା ଭିତରେ ଚାଳିଶଟି ମଣ୍ଡି ଗସ୍ତ କରିସାରିଛି । ମଣ୍ଡିରେ କଟନି ଛଟନି ଚାଲିଛି । ୭୫କେଜି ଧାନରେ ମିନିମମ୍‌ ଦୁଇକେଜି କଟନି ଛଟନି ଚାଲିଛି । ବାକି ଯଦି କାହାର ଧାନ ଟିକେ ଖରାପ ଅଛି ମିଲର ଧାନ ଉଠାଇବେନି । ଏପରିକି ୫ କେଜି, ୧୦ କେଜି ପର୍ଯ୍ୟନ୍ତ କଟନି ଛଟନି ଚାଲିଛ । ଯଦି ଗୋଟିଏ ବସ୍ତାରେ ଦୁଇ କେଜି କଟନି ଛଟନି ହେବ । ତେବେ ୬୦ ଲକ୍ଷ ମେଟ୍ରିକ ଟନ ଧାନ ଉଠିବ ମଣ୍ଡିରୁ । ତା’ ହେଲେ ପାଖାପାଖି ଚାରିଶହ କୋଟି ଟଙ୍କା ଦୁଇ କେଜି କଟନି ଛଟନିରୁ ବିଜେଡି ସରକାର ଚାଷୀଙ୍କଠାରୁ ଲୁଟ୍‌ କରିବ । ୨୦୨୪ରେ ବୋଧହୁଏ ନିର୍ବାଚନରେ ଖର୍ଚ୍ଚ କରିବା ପାଇଁ ଚାଷୀଙ୍କଠାରୁ ଲୁଟ କରିବା ଆରମ୍ଭ କରି ଦେଲେନି । ରାଜ୍ୟ ସରକାର ବାହସ୍ପଟ ମାରିଲେ ଧାନ ବିକ୍ରିର ୨୪ ଘଣ୍ଟା ଭିତରେ ଚାଷୀଙ୍କୁ ତାଙ୍କର ପେମେଣ୍ଟ ମିଳିବ । କିନ୍ତୁ କିଛି ଚାଷୀ ଅଭିଯୋଗ କରିଛନ୍ତି ୧୫ ତାରିଖରୁ ଧାନ ବିକ୍ରି କଲେଣି । କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟରେ ପଇସା ଜମା ହୋଇନାହିଁ । ତା’ ହେଲେ ଧାନ ବିକ୍ରିର ୨୪ ଘଣ୍ଟା ଭିତରେ ଚାଷୀଙ୍କୁ ତାଙ୍କ ଟଙ୍କା ମିଳିବ ଯିବ ବୋଲି ମିଛ କଥା କାହିଁକି କହିଛନ୍ତି ରାଜ୍ୟ ସରକାର । କ୍ୟାବିନେଟରେ ପାସ କରିଥିଲେ ସବୁ ଚାଷୀଙ୍କ ଧାନକିଣା ଯିବ । କେଉଁ ଚାଷୀର ଚାଳିଶ ଏକର ଜମି ଅଛି ତ କାହାର ୩୦ଏକର ଜମି ଅଛି । ଟୋକନ ଦେଲା ବେଳକୁ କାହାକୁ ଦେଉଛନ୍ତି ୧୫ କେଜି, କାହାକୁ ଦେଉଛନ୍ତି ଦଶ କେଜି । ବାକି ଧାନ କେଉଁଠି ବିକିବ ଚାଷୀ । ଛତିଶଗଡ ସୀମାନ୍ତବର୍ତ୍ତୀ ଅଞ୍ଚଳରେ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣୁଛନ୍ତି । ହେଲେ ଓଡ଼ିଶାରେ କୁଇଣ୍ଟାଲ ପିଛା ୨୧୪୦ ଟଙ୍କା । ଦଲାଲମାନେ ଦୁଇ ହଜାର ଟଙ୍କାରେ ଧାନ କିଣି ଛତିଶଗଡ଼ରେ ବିକ୍ରି କରୁଛନ୍ତି । ସତ କହିବାକୁ ଗଲେ ମଣ୍ଡି ଠିକରେ ଚାଲୁନାହିଁ । ବ୍ୟାପକ ଅବ୍ୟବସ୍ଥା ଭିତରେ କଟନି ଛଟନି ଚାଲିଛି । ମିଲରମାନେ ଲୁଟ କରୁଛନ୍ତି । ବିଭାଗୀୟ ମନ୍ତ୍ରୀଙ୍କର ଯଦି ପ୍ରକୃତରେ ଦରଦ ଅଛି ତା’ ହେଲେ ଯେଉଁମାନେ କଟନି ଛଟନି କରୁଛନ୍ତି ସେଭଳି ଏକ ମିଲରକୁ ଗିରଫ କରି ଦେଖାନ୍ତୁ । ତା’ ହେଲେ ଜଣାପଡ଼ିବ ଯେ ଚାଷୀଙ୍କ ପ୍ରତି ଦରଦ ଅଛି ।

Leave A Reply

Your email address will not be published.