୧୫୦୦ କୁଇଣ୍ଟାଲ ଧାନ ପୋଡି ପାଉଁଶ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) :୧୫୦୦ କୁଇଣ୍ଟାଲ ଧାନ ପୋଡି ପାଉଁଶ ହୋଇଗଲା । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ପାଟବନ୍ଧ ଗ୍ରାମରେ ଅଚାନକ ଧାନ ଗଦାରେ ନିଆଁ ଲାଗିବା ଯୋଗୁଁ ଧାନଗଦା ସମ୍ପୂର୍ଣ୍ଣ ଜଳିପୋଡ଼ି ପାଇଁଶ ହୋଇଯାଇଥିବା ଖବର ମିଳିଛି । ଅପରାହ୍ନ ସମୟରେ ଖଳାରେ ପ୍ରାୟ ୮ଜଣଙ୍କ ୧୬ଟି ଧାନକୁପାରେ ପ୍ରାୟ୧୫୦୦ କୁଇଣ୍ଟାଲ ଧାନ ପୋଡି ପାଉଁଶ ହୋଇଯାଇଛି । ଖରିପ ଋତୁରେ ଚାଷୀ ଧାନ ଫସଲ କରି ଖଳାରେ କୁପା କରି ରଖିଥିଲେ । ଚାଷୀ ପୁରେନ୍ଦ୍ର କର୍ଷିକା, ନରେନ୍ଦ୍ର କର୍ଷିକା, ପ୍ରସନ୍ନ ଗନ୍ତାୟତ, ଜୟସିଙ୍ଗି ହୁଈକା, ସୁବା କାଡ୍ରାକା, କୃଷ୍ଣ ତାଡିକା, ଲାଚା କାଡ୍ରାକା ଓ ମୁଗୁରି କର୍ଷିକା ଧାନ ଅମଳ କରି ମଣ୍ଡିରେ ଧାନ ବିକ୍ରି କରିବାକୁ ଭାବିଥିଲେ । କିନ୍ତୁ ତା’ ଆଗରୁ ଧାନ ଗଦାରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗି ଥିବା ଦେଖି ଆଖପାଖରେ ଥିବା ଲୋକମାନେ ଧାଇଁ ଆସି ଘରୁ ପାଣି ଆଣି ପକାଇବା ସହ ନିକଟସ୍ଥ କେନାଲରୁ ମଧ୍ୟ ମହିଳା ପୁରୁଷ ମାନେ ପାଣି ଆଣି କୁପାରେ ପକାଇଥିଲେ ସୁଦ୍ଧା ନିଆଁକୁ ଆୟତ କରିପାରି ନଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଖବର ପାଇ ପୂଜାରିଗୁଡା ରାଜସ୍ୱ ନିରୀକ୍ଷକ ରାମଚନ୍ଦ୍ର ଆଚାର୍ଯ୍ୟ, ନମିତା ରାଣୀ ଗମାଙ୍ଗ ପହଞ୍ଚି କ୍ଷତି ହୋଇଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିଥିଲେ । ପ୍ରକାଶ ଥାଉକି ଖରିପ ଋତୁରେ ଧାନ ପାଚିବା ସମୟରେ ଲଘୁଚାପ ବର୍ଷା ହୋଇଥିବା ଯୋଗୁଁ କିଛି ଫସଲ ନଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ନିଆଁ ଲାଗି ସବୁ ନଷ୍ଟ ହୋାଇଯାଇଛି ବୋଲି ଚାଷୀ ମାନେ କହିଛନ୍ତି ।

Leave A Reply

Your email address will not be published.