ଦେଓଗାଁ ବ୍ଳକରେ ଖରିଫ ଧାନ କିଣା ବ୍ୟବସ୍ଥା

  • ପରଦା ପଛେ ବେପାରି ମିଲର
  • କଟ୍‌ନି ଧାନ କାହା ପାଖେ?
  • ଫଲ୍‌ସ୍‌ ଏଣ୍ଟ୍ରି ପାଇଁ ଚାଳିଛି ଚାଷୀ କାର୍ଡ଼ ଖୋଜା
  • ମିଲର ଗଚ୍ଛିତ ଧାନର ଯାଞ୍ଚ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଧାନକିଣା ଆରମ୍ଭରୁ ଲାଗିଛି ଅବ୍ୟବସ୍ଥା । ପ୍ରତିକୃଷି ସମବାୟ ସମିତିରୁ (ପେକ୍ସ)ରୁ ହଜାର ହଜାର କ୍ବିଣ୍ଟାଲ ଧାନ କିଣା ସରିଥିବା ବେଳେ ଧାନ କିଣା ନିୟମ ଜାଣି ନାହାନ୍ତି ଚାଷୀମାନେ । ଚାଷୀମାନଙ୍କ ଭିତରେ ଧାରଣା ଅଛି ପ୍ରତି ପେକ୍ସରୁ ୫ରୁ ୭ କେଜି କଟନି କରିବା ସରକାରୀ ନିୟମ । ଜରିବସ୍ତା ନୁହେଁ କେବଳ ଅଖା ବସ୍ତାରେ ଦେବାର ନିୟମ ଅଛି‌ ବୋଲି ଚାଷୀମାନେ ଜାଣିଛନ୍ତି । ଦେଓଗାଁ ବ୍ଳକରେ ଧାନ କିଣାକୁ ନେଇ ଦୁଇ ଦିନ ତଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ଜରାସିଂହା ଓ ଅର୍ଜୁନପୁର ମଣ୍ଡିକୁ ଯାଇ ଚାଷୀମାନଙ୍କ ସହ ଆଲୋଚନା କରି ମଣ୍ଡି ବ୍ୟବସ୍ଥା ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ବଲାଙ୍ଗିର ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଦାବୀ କରିଥିଲେ ଯେ, ଚାଷୀ ମଣ୍ଡିରେ ଧାନ ଦେବ, ମଣ୍ଡିକୁ ମିଲର୍‌ ଆସିବେ ନାହିଁ । ମଣ୍ଡିରେ ଧାନର ମାନ ନିର୍ଣ୍ଣୟ କରାଯିବ, ଯେ କୌଣସି ଚାଷୀ ନିଜର ବ୍ୟବସ୍ଥାରେ ଅଖାବସ୍ତା କିମ୍ବା ଜରି ବସ୍ତାରେ ଧାନ ଆଣିବେ ବୋଲି ତାଗିତ କରିଥିଲେ । ହେଲେ ସେହି ତାଗିତ କେତେ ଦୂର କାର୍ଯ୍ୟକାରୀ ହୋଇଛି ସୋମବାର ଦିନ ବନ୍ଧପଡ଼ା ପେକ୍ସରୁ ଜଣାପଡ଼ିଛି । ବନ୍ଧପଡ଼ା ପେକ୍ସକୁ ଧାନ ବିକ୍ରି କରିବା ପାଇଁ ଚାଷୀମାନେ ଧାନ ନେବା ପରେ ୧୧ ଜଣ ଚାଷୀଙ୍କ ଧାନ ଅଫାମରା ସିଦ୍ଧି ବିନାୟକ ରାଇସମିଲକୁ ଧାନ ଯାଇଥିଲା । ଉପରୋକ୍ତ ୧୧ଜଣ ଚାଷୀ କହିବା ଅନୁସାରେ କ୍ବିଣ୍ଟାଲ ପ୍ରତି ୫କେଜି ଲେଖାଏଁ କଟନୀ କରାଯାଇଛି । ପେକ୍ସର ଡିଓଙ୍କ ଠାରୁ ପାଇଥିବା ସୂଚନା ଅନୁସାରେ ବନ୍ଧପଡ଼ା ପେକ୍ସରେ ଗତ ୧୧ତାରିଖ ଠାରୁ ଧାନ କିଣା ଆରମ୍ଭ ହୋଇଛି । ବର୍ତ୍ତମାନ ପର୍ୟ୍ୟନ୍ତ ୫୦ଜଣ ଚାଷୀଙ୍କ ଠାରୁ ୨୪୧୨କ୍ବିଣ୍ଟାଲ ୭୬କେଜି ଧାନ କିଣାଯାଇଛି । ତନମଧ୍ୟରୁ ୧୧ଜଣ ଚାଷୀଙ୍କ ୩୮୪କ୍ବିଣ୍ଟାଲ ଧାନ ସିଦ୍ଦିବିନାୟକ ରାଇସମିଲକୁ ଯାଇଛି । ମାତ୍ର ୧୧ଜଣ ଚାଷୀଙ୍କ କ୍ବଣ୍ଟାଲ ପ୍ରତି ୫କେଜି ଯଦି କଟନୀ କରାଯାଇଥାଏ ତାହା ହେଲେ ତାହାର ଓଜନ ହେଉଛି ୧୯କ୍ବିଣ୍ଟାଲ । କ୍ବିଣ୍ଟାଲ ପ୍ରତି ସରକାରୀ ମୂଲ୍ୟ ୧୯୬୦ ହେଲେ ପ୍ରାୟ ୩୭ ହଜାର ଟଙ୍କାର ଧାନ ଚାଷୀଠାରୁ ଲୁଟ କରାଯାଇଛି । ଏହି ଲୁଟ ଧାନ କେଉଁଠାରେ ରଖାଯାଇଛି ତାହାର ହିସାବ କାହାରି ପାଖେ ନାହିଁ । କେବଳ ଗୋଟିଏ ପେକ୍ସରୁ ମାତ୍ର କିଛି ଦିନ ମଧ୍ୟରେ ଏତେ ତାହା ହେଲେ ଚାଷୀମାନେ କେତେ ହନ୍ତସନ୍ତ ହେଉଛନ୍ତି ଚାଷୀ ହିଁ ବୁଝିପାରିବ । ଏପରି ଚିତ୍ର କେବଳ ସିଦ୍ଧି ବିନାୟକ ରାଇସମିଲରେ ନୁହେଁ ଦେଓଗାଁ ବ୍ଲକର ୧୨ଟି ପେକ୍ସରୁ ବେଆଇନ ଭାବେ ଧାନ ନେଉଥିବା ଗଜାନନ ରାଇସମିଲ, ସମଲେଶ୍ବରୀ, ବିକାଶ, ଶ୍ରୀଗଣେଶ, ନାରାୟଣୀ, ଲୋକନାଥ, ଜୟ ହନୁମାନ, ଆଦିଶକ୍ତି ରାଇସ ମିଲକୁ ଧାନ ଯାଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.