ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ମହକୁମାରେ ଥିବା ଇଣ୍ଡିଆନ ଗ୍ୟାସ୍ ଠାରୁ ୨ ଶହ ମିଟର ଦୂର ପଛପଟରେ ଥିବା ଧାନ ଜମିର ୪ଟି ଧାନ ଗଦାରେ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଥିବା ଦେଖିବାକୁ ମିଳିଛି । ଏଭଳି କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ଚାଷୀମାନେ ହେଲେ ଖଣ୍ଡିଆସାହିର ଅଶୋକ ବେହେରା ଓ ସୂର୍ଯ୍ୟ ବେହେରା । ପରିବାର ପୋଷିବା ପାଇଁ ଧାନ ଚାଷ କରିବାକୁ ସାହୁକାରଙ୍କ ଠାରୁ ୪ ଏକର ଜମି ଭାଗ ଆକାରରେ ମାଗି ଧାର ଉଧାର କରି ଧାନ ଅମଳ କରିଥିଲେ । ହେଲେ ଏମିତି ଧାନ ଗଦାରେ ନିଆଁ ଲାଗିଯିବ ବୋଲି କେବେ ଭାବି ନଥିଲେ । ୭ ଦିନ ହେଲା କୁଲି ଲଗାଇ ଧାନ ବୁହାଇବା ସହ ଧାନ ମଡ଼ା ସରିଥିଲା । ଘରକୁ ନେଇଯିବାକୁ ଧାନ ବୁହା ଚାଲିଥିବା ସମୟରେ ହିଁ ୪ ଗଦା ଧାନରେ ହଠାତ୍ ନିଆଁ ଲାଗି ପାଉଁଶ ହୋଇଯାଇଥିଲା । ଏହି ଖବର ପାଇ ମୁନିଗୁଡ଼ା ଦମକଳ ବାହୀନି ଦଳବଳ ସହ ଘଟଣାସ୍ଥଳରେ ପହଞ୍ଚିବା ପରେ ନିଆଁକୁ ଲିଭାଇ ଆୟତ୍ତ କରିଥିଲେ । ଏନେଇ ଚାଷୀ ପରିବାର କେମିତି ବଞ୍ଚିବୁ ବୋଲି ଦୁଃଖରେ ଭାଙ୍ଗିପଡିଥିବା ଜଣାପଡ଼ିଛି । ସରକାରୀ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି କ୍ଷତିଗ୍ରସ୍ତ ଚାଷୀମାନେ ।
Next Post