ରବି ଧାନ ବିକ୍ରି ନ ହେବାରୁ ଦେଓଗାଁ ବଙ୍ଗଳାରେ ଚାଷୀଙ୍କ ଏନଏଚ୨୬ ଅବରୋଧ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତର ରବି ଧାନ ବିକ୍ରିରୁ ବଞ୍ଚିତ ହୋଇଥିବା ଚାଷୀମାନେ ଆଜି ଦିନ ୧୦ଟା ସମୟରୁ ଦେଓଗାଁ ଥାନା ଅନ୍ତର୍ଗତ ଦେଓଗାଁ ଡାକ ବଙ୍ଗଳାରେ ଜାତୀୟ ରାଜପଥ ୨୬କୁ ଅବରୋଧ କରିଛନ୍ତି । ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଳ ଆନ୍ଦୋଳନ ସ୍ଥଳକୁ ଆସି ଚାଷୀଙ୍କ ସହ ଆଲୋଚନା କରୁଛନ୍ତି । ପୁଲିସ ଫୋର୍ସ ସହ ଦେଓଗାଁ ଥାନାଧିକାରୀ ପ୍ରଭାତ ରଂଜନ ମହାନ୍ତି ଉପସ୍ଥିତ ରହିଛନ୍ତି ।

Leave A Reply

Your email address will not be published.