jayashree

ମିଲର ଧାନ ଉଠାଉନି : ମଣ୍ଡିରେ ଚାଷୀ ହତାଶ, ଆନ୍ଦୋଳନ ପାଇଁ ମସୁଧା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସରକାର ଚାଷୀଙ୍କଠାରୁ ସଠିକ ଓଜନ ଓ ସରକାର ନିର୍ଦ୍ଧାରିତ ମୂଲ୍ୟରେ ଧାନ କିଣିବା ପାଇଁ ମିଲର ନିଯୁକ୍ତି କଲେ ହେଲେ ଧାନ ଲ୍ୟାମ୍ପସ ମାଧ୍ୟମରେ କ୍ରୟ କରାଯାଇଛି । ଫଳରେ ଧାନ ବିକ୍ରି କରିବା ଲାଗି ଧାନ ନେଇ ଲ୍ୟାମ୍ପସକୁ ଆସି ଦୀର୍ଘ ଦିନ ଧରି ଅପେକ୍ଷା କରି ବସିଥିଲେ ମଧ୍ୟ ମିଲର ଧାନ ଉଠାଉନି କି’ ଚାଷୀଙ୍କ କଥାକୁ ଶୁଣୁନି ଯାହା ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି, ବାଲିଗୁଡା ବ୍ଲକ ଅନ୍ତର୍ଗତ ଲଣ୍ଡାଗାଁ ମଣ୍ଡିରେ । ସମଗ୍ର ଜିଲ୍ଲାର ଅନେକ ଧାନ ମଣ୍ଡି ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ମଣ୍ଡିରୁ ଧାନ ଉଠାଇବା ଦିଗରେ ଦୃଷ୍ଟି ଦେବାକୁ ଚାଷୀମାନେ ଦାବୀ କରିଛନ୍ତି । ଅନ୍ୟଥା ଲଣ୍ଡାଗାଁ ଓ ଖମନଖୋଲ ଗ୍ରା.ପ.ର ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି । ଯାହା ଫଳରେ ଶତାଧିକ ଚାଷୀମାନଙ୍କୁ ଦିଆଯାଇଥିବା ଟୋକେନଗୁଡିକ ଗତ ଡିସେମ୍ବର ୨୭ ତାରିଖଠାରୁ ଜାନୁୟାରୀ ୭ ତାରିଖ ମଧ୍ୟରେ ଅନେକ ଚାଷୀମାନଙ୍କର ଟୋକେନର ସମୟ ସୀମା ସରିଗଲାଣି । ଏ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଚାଷୀମାନେ ଧାନ ବିକ୍ରି କଲେ କିଏ କେଉଁ କାର୍ୟ୍ୟରେ ଲଗାଇବେ, ଯାହାକି, କିଏ ଧାର କରଜ କରିଛି ସୁଝିବ ତ’ ଆଉ କିଏ ପୁଅ ଝିଅ ବାହାଘର କରିବ, ଏପରି ଦୁଶ୍ଚିନ୍ତା ମଧ୍ୟରେ ଗତି କରି ନାନା ରୋଗ ବ୍ୟାଧିରେ ପଡିବା ଆରମ୍ଭ ହେଲାଣି । ଏପରି ସ୍ଥିତିରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ନ ଦେଲେ ପରିସ୍ଥିତି ଭୟାନକ ହୋଇପାରେ । ଏଣୁ ତୁରନ୍ତ ଜିଲ୍ଲା ପ୍ରଶାଶନ ଦୃଷ୍ଟି ଦେଇ ମଣ୍ଡିର ଧାନ ଉଠାଇବା ଦିଗରେ ଦୃଷ୍ଟି ଦେବାକୁ ଚାଷୀମାନେ ଦାବୀ କରିଛନ୍ତି ।ଅନ୍ୟଥା ଅଞ୍ଚଳର ଚାଷୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି । ଏହାର ପ୍ରଭାବ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ପଡିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.