oom

ନୂଆପଡ଼ାରେ ଜିଲ୍ଲା ସମବାୟ ବିକାଶ ଓ ରବି ଧାନ ସଂଗ୍ରହ କମିଟି ବୈଠକ

jsmm
  • ମେ ୨୦ରୁ ଧାନ କ୍ରୟ ଆରମ୍ଭ ହେବ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସମବାୟ ବିକାଶ ଓ ରବି ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଡିଆର୍‌ସିଏସ୍ ଶିବ ପ୍ରସାଦ ସ୍ୱାଇଁ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ, ଆର୍‌ଏମ୍‌ସି ସମ୍ପାଦକ ଆର୍ଯ୍ୟ କୁମାର ମୁଦୁଲି, ମିଲର ପ୍ରତିନିଧି, ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ପ୍ରମୁଖ ଯୋଗଦାନ କରିଥିଲେ । କିଭଳି ଭାବରେ ସୁରୁଖୁରୁରେ ଜିଲ୍ଲାରେ ରବି ଧାନ ସଂଗ୍ରହ ହୋଇପାରିବ ତା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଜିଲ୍ଲାର ସାରାବଙ୍ଗ ପ୍ରାଥମିକ କୃଷି ସମବାୟ ସମିତିରେ ଆଗାମୀ ୨୦ ତାରିଖରୁ ପ୍ରଥମ ଧାନ କିଣା ଆରମ୍ଭ ହେବ । ଜିଲ୍ଲାରେ ୪୧ଟି ପ୍ରାଥମିକ କୃଷି ସମବାୟ କେନ୍ଦ୍ର ଓ ୬ଟି ମହିଳା ସ୍ଵୟଂ ସହାୟକ ଦଳ ଦ୍ୱାରା ଧାନ କିଣା ଯିବ । କୁଇଣ୍ଟାଲ ପ୍ରତି ସହାୟକ ମୂଲ୍ୟ ୨୩୦୦ ଟଙ୍କା ଥିବାବେଳେ ୮୦୦ ଟଙ୍କା ରାଜ୍ୟ ସରକାରଙ୍କ ଦ୍ଵାରା ବୋନସ ପ୍ରଦାନ କରାଯିବ । ଚାଷୀ ମାନଙ୍କୁ ଧାନ ବିକ୍ରି ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ ସହିତ ସେମାନଙ୍କୁ ସଚେତନ କରିବା ପାଇଁ ସମସ୍ତ ୫ଟି ବ୍ଲକରେ ୫ଟି ପ୍ରଚାର ରଥ ବୁଲିବ । ସେଗୁଡିକୁ ଜିଲ୍ଲାପାଳ ସବୁଜ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିଥିଲେ । ଜିଲ୍ଲାରେ ସୂଚାରୁ ରୂପେ ରବି ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳ ସମସ୍ତ ଚାଷୀ, ମିଲର ଏବଂ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହଯୋଗ କାମନା କରିଛନ୍ତି ।

jittmm
Leave A Reply

Your email address will not be published.