centurian jitm

ସାମ୍ବାଦିକଙ୍କୁ ଉଲଗ୍ନ କରି ରାଜରାସ୍ତାରେ ବୁଲାଇବା ଧମକ : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ସାମ୍ବାଦିକ

ବରଗଡ, (ନିରୋଜ କୁମାର ପାଣୀ) : ସର୍ବ ସାଧାରଣରେ ଗାଳିଗୁଲଜ କରିବା ସହ ଉଲଗ୍ନ କରି ବରଗଡ ରାଜରାସ୍ତାରେ ଚପଲମାଲ ପିନ୍ଧାଇ ବୁଲାଇ ଦେବାର ଧମକ ଦେବାରୁ ୨ଜଣ ବିଧାୟକଙ୍କ ବିରୋଧରେ ବରଗଡ ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଫେରାଦ ହୋଇଛନ୍ତି । ଘଟଣାରୁ ଜଣାଯାଇଛି ଯେ, ସାମ୍ବାଦିକ ନିରୋଜ ପାଣୀ ନୃସିଂହନାଥ ମନ୍ଦିର ବୈଶାଖ ମେଳା ଯାତ୍ରା ସମୟରେ ସମ୍ବାଦ ସଂଗ୍ରହ ପାଇଁ ଗତ ୧୦ ତାରିଖ ଦିନ ନୃସିଂହନାଥ ଯାଇଥିଲେ । ସେଦନି ନୃସିଂହନାଥ ବୈଶାଖ ମେଳା ଯାତ୍ରା ଲୋକ ମହୋତ୍ସବରେ ବରଗଡ ବିଧାୟକ ଅଶ୍ୱିନୀ ଷଡଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡତିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବିଜେପି ନେତା ଗୋବର୍ଦ୍ଧନ ଭୋଏ ଅତିଥି ଭାବେ ଯୋଗଦେଇଥିଲେ । ଏହି ସମସ୍ତ ଅତିଥି ନୃସିଂହନାଥ ମନ୍ଦିର ପାନ୍ଥ ନିବାସରେ ବସିଥିବା ବେଳେ ବରଗଡ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ସାମ୍ବାଦିକ ନିରୋଜ ପାଣୀଙ୍କୁ ଦେଖି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତୁ, ଗୋଟିଏ ଛୋଟ ସମ୍ବାଦପତ୍ରର ସାମ୍ବାଦିକ ହୋଇ ମୋ ବିରୋଧରେ ସମ୍ବାଦ ଲେଖୁଛୁଁ, ବରଗଡର ବଡବଡ ସାମ୍ବାଦିକ ଚୁପ ଥିବାବେଳେ ତୁ ଅଧିକ ଲେଖୁଛୁଁ, ମୋର ଅସଲ ରୂପ ତୁ ଦେଖି ନାହିଁ, ତତେ ମାଡ ମାରି ଉଲଗ୍ନ କରି ବରଗଡ ରାଜରାସ୍ତାରେ ଚପଲମାଲ ପିନ୍ଧାଇ ବୁଲାଇ ଦେବି । ସେଠାରେ ଉପସ୍ଥିତ ଥିବା ଅତାବିରା ବିଧାୟକ ନିହାର ମହାନନ୍ଦ ମଧ୍ୟ ଶଲାକୁ ଭଲ ମାଡ ପଡିଲେ ଜାଣିବ ବୋଲି ଧମକ ଦେଇଥିଲେ । ଏ ଘଟଣାରେ ସେଠାରେ ବିଜେପିର ବହୁ କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ତା ୮ .୧୨ . ୨୦୨୪ ରିଖ ଦିନ ସୋହେଲାରେ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବିଜେପିର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ଅନୁଯାଇ ପ୍ରତି ଚାଷୀଙ୍କ ଏକାଉଣ୍ଟକୁ ଏମଏସପି ସହ ଆଉ ଅଧିକ ୮ଶହ ଟଙ୍କା ଇନପୁଟ ସବସିଡି ପ୍ରଦାନ କରିଥିଲେ । ସୋହେଲା ସମାବେଶ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଏକ ସରକାରୀସ୍ତର କାର୍ଯ୍ୟକ୍ରମ ହୋଇଥିବା ବେଳେ ଓ ରାଜ୍ୟ ସରକାର ଏହି ସମାବେଶର ସମସ୍ତ ଖର୍ଚ୍ଚ ବହନ କରିଥିବା ସତ୍ତ୍ବେ ବରଗଡ ଜିଲ୍ଲାର ମିଲର୍ସ ମାନଙ୍କଠାରୁ ବହୁ ଟଙ୍କା ସଂଗ୍ରହ କରା ଯାଇଥିବାର ଏକ ସମ୍ବାଦ ପ୍ରକାଶିତ ହୋଇଥିଲା । ଦ୍ୱିତୀୟରେ ବିଜୁ ଜନତାଦଳ ସରକାର ସମୟରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଟେଣ୍ଡର ଫିକ୍ସିଙ୍ଗ ପ୍ରକ୍ରିୟା କରି ରାଜ୍ୟ ସରକାରଙ୍କ ରାଜ କୋଷରୁ କୋଟିକୋଟି ଟଙ୍କା ଲୁଟ କରାଯାଉଥିଲା । ବିଜେପିର ସରକାର ସମୟରେ ପୁଣି ସେହି ପ୍ରକ୍ରିୟା ଚାଲୁ ରଖିବା ପାଇଁ ଏକ ଟେଣ୍ଡର ଫିକ୍ସିଙ୍ଗ ମିଟିଂ ଠିକାଦାର ସଂଘ ଓ ବିଧାୟକମାନଙ୍କ ମଧ୍ୟରେ ବରଗଡରେ ଅନୁଷ୍ଠିତ ହୋଇଥିବା ସମ୍ବାଦ ବିଭିନ୍ନ ସମ୍ବାଦ ପତ୍ରରେ ପ୍ରକାଶିତ ହୋଇଥିଲା । ଓଡ଼ିଶାର ପ୍ରାୟ ସମସ୍ତ ପ୍ରତିଷ୍ଠିତ ସମ୍ବାଦପତ୍ରରେ ଏହି ୨ଟି ସମ୍ବାଦ ପ୍ରକାଶିତ ହୋଇଥିଲା । ଏଥିରେ ପ୍ରତିକ୍ରିୟାଶୀଳ ହୋଇ ୨ଜଣ ବିଧାୟକ ସର୍ବ ସାଧାରଣରେ ସାମ୍ବାଦିକ ଶ୍ରୀ ପାଣୀଙ୍କୁ ଗାଳିଗୁଲଜ ଏପିରିକି ମର୍ଡର କରିବାର ଧମକ ମଧ୍ୟ ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ବିଜେପିର କେତେକ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରତିବାଦ କରିଥିଲେ ମଧ୍ୟ ସେମାନେ କାହାରି କଥା ଶୁଣି ନଥିଲେ । ତେବେ ସାମ୍ବାଦିକ ଶ୍ରୀ ପାଣୀ ମୁଖ୍ୟମନ୍ତ୍ରୀଙ୍କ ଠାରେ ଲିଖିତ ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରୀ ନିଜ ସରକାରର ସ୍ୱଚ୍ଛ ଛବିକୁ ଦେଖି କି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.