jayashree

ପିଇଓଙ୍କୁ ସୂଚନା ମାଗିବାରୁ ସାମ୍ବାଦିକକୁ ଧମକ

ପାଟଣାଗଡ଼, (ଭୋଜରାଜ ଦଣ୍ଡସେନା) : ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସୂଚନା ମାଗିବାରୁ ସାମ୍ବାଦିକଙ୍କୁ ଧମକ ଦେଇଛନ୍ତି ବଲାଙ୍ଗିର ଲୋକସଭା ସାଂସଦଙ୍କ ପି.ଏସ୍‌ ପ୍ରୀତମ ପୁରୋହିତ । ଏଇ କଥା ଆମେ କହୁ ନାହୁଁ, ଖୋଦ୍‌ ପୀଡ଼ିତ ସାମ୍ବାଦିକ ଜଣକ ମୋତେ ଧମକ ଦେଇଉଛନ୍ତି ବଲାଙ୍ଗିର ଲୋକସଭା ସାଂସଦଙ୍କ ପି.ଏସ୍‌ ପ୍ରୀତମ ପୁରୋହିତ ବୋଲି ଆଜି ଏନେଇ ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଲୋକସଭା ସାଂସଦଙ୍କ ପି.ଏସ୍‌ ପ୍ରୀତମ ପୁରୋହିତ ସାମ୍ବାଦିକ ରୁପେନ୍ଦ୍ର ମୁଣ୍ଡାଙ୍କୁ ଫୋନ୍‌ରେ ଧମକ ଦେଇଥିବାର ଏକ କଲ୍‌ ରେକର୍ଡ ମଧ୍ୟ ରହିଛି । ଯେଉଁଥିରେ କି ଲୋକସଭା ସାଂସଦଙ୍କ ପି.ଏସ୍‌ ପ୍ରୀତମ ସାମ୍ବାଦିକ ରୁପେନ୍ଦ୍ର ମୁଣ୍ଡାଙ୍କୁ ଧମକ ଦେଉଥିବାର ସ୍ପଷ୍ଟ ଭାବେ ଜଣାଯାଉଛି । ସାମ୍ବାଦିକ ରୁପେନ୍ଦ୍ର ମୁଣ୍ଡାଙ୍କ ଅଭିଯୋଗ ଅନୁସାରେ ଓଡିଆପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆପୋଷି ଭାବେ ବାର୍ଦ୍ଧକ୍ୟ ଭତ୍ତା ପାଞ୍ଚ ମାସର କେଉଁ ମାନେ ପାଇଛନ୍ତି ଓ ପାଇନାହାନ୍ତି ବୋଲି ସୂଚନା ମାଗିଥିଲେ ସାମ୍ବାଦିକ ରୁପେନ୍ଦ୍ର । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବା ପାଇଁ ମଧ୍ୟ ରାଜି ହୋଇଥିଲେ । କିନ୍ତୁ ଆଜି ମଧ୍ୟାହ୍ନରେ ଜଣେ ବ୍ୟକ୍ତି ମତେ କଲ କରି ମୁଁ ବଲାଙ୍ଗିର ଲୋକସଭା ସାଂସଦଙ୍କ ପି.ଏସ୍‌ କହୁଛି ବୋଲି କହି ତୁମେ ଜଣେ ସରକାରୀ ଚାକିରୀଆଙ୍କୁ କାହିଁକି ହଇରାଣ କରୁଛ । ତୁମର ତଥ୍ୟ ମାଗିବାର ଅଧିକାର ନାହିଁ, ଆଉ ଥରେ ଯଦି ମାଗିଛ ମୁଁ ଜାଣିଲେ ଅସୁବିଧା ହେବ ବୋଲି କହି ସତର୍କ ବାଣୀ ଶୁଣାଇ ଧମକ ଦେଇଥିଲେ । ଯାହାର ଏକ କଲ୍‌ ରେକର୍ଡ ମଧ୍ୟ ରହିଛି । ସାମ୍ବାଦିକ ରୁପେନ୍ଦ୍ର ମୋ ଜୀବନ ପ୍ରତି ଭୟଥିବା ନେଇ ପାଟଣାଗଡ଼ ଥାନାରେ ଏକ ଲିଖତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠୁଛି ଯେ, କ’ଣ ପାଇଁ ଲୋକସଭା ସାଂସଦଙ୍କ ପି.ଏସ୍‌ ପ୍ରୀତମ ସାମ୍ବାଦିକ ରୁପେନ୍ଦ୍ରଙ୍କୁ ଏପରି ଧମକ ଦେଉଛନ୍ତି ? ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସୂଚନା ମାଗିଲେ ଲୋକସଭା ସାଂସଦଙ୍କ ପି.ଏସ୍‌ ପ୍ରୀତମ କ’ଣ ପାଇଁ ଚିହିିଁକି ଉଠୁଛନ୍ତି ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଠୁଛି ।

Leave A Reply

Your email address will not be published.