ଅଜଣା ଗାଡି ଧକ୍କାରେ ଯୁବତୀ ମୃତ

ସମ୍ବଲପୁର : ଅଇଁଠାପାଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏକ ଅଜଣା ଗାଡି ଧକ୍କାରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, କ୍ଷେତରାଜପୁର ପୋଦ୍ଦାର କଲୋନୀର ଜଣେ ଯୁବତୀ ଏକ ଆକ୍ଟିଭା ଯୋଗେ ସହର ଭିତରୁ ଜାତୀୟ ରାଜପଥକୁ ଆସିବା ମାତ୍ରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଫଳରେ ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି । ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି ।

Leave A Reply

Your email address will not be published.