oum

ବାଇକ୍‌କୁ ଧକ୍କା ଦେଲା ବସ୍ : ୧ ଗୁରୁତର, ଉତ୍ତ୍ୟକ୍ତ ଲୋାକ ବସ୍ ଜାଳିଦେଲେ

jsm

ବାରିପଦା : ବାରିପଦା ସହର ଯୁବୁଲି ପେଟ୍ରୋଲ ପମ୍ପ ନିକଟ ଜାତୀୟ ରାଜପଥରେ ରଂଜୀତା ନାମକ ବସ୍‌ ଏକ ବାଇକ୍‌କୁ ଧକ୍କା ଦେଇଥିବା ଜଣାପଡିଛି । ଏଥିରେ ଜଣେ ଯୁବକ ଗୁରୁତର ହୋଇଛି । ସୂଚନା ଅନୁସାରେ, ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି । ଉତ୍ତ୍ୟକ୍ତ ଲୋକେ ବସ୍‌ରେ ନିଆଁ ଲଗାଇ ଜାଳି ଦେଇଛନ୍ତି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ରଞ୍ଜିତା ନାମକ ଯାତ୍ରୀବାହୀ ବସ୍ ମରାମତି ପରେ ଡ୍ରାଇଭର ଗାଡି ଚଳାଇ ଦେଖିବା ସମୟରେ ହୋଇଛି ଦୁର୍ଘଟଣା । ସ୍ଥାନୀୟ ଜୁବୁଲି ପେଟ୍ରୋଲ ପମ୍ପ ସାମନାରେ ବସ୍‌ଟି ଭୁଲ କଡରୁ ଡିଭାଇଡରର ଆରପଟକୁ ଯିବା ସମୟରେ ବାଇକଟି ସାମନାକୁ ଆସି ଯିବାରୁ ଦୁର୍ଘଟଣା ହୋଇଛି । ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଛନ୍ତି ।

Leave A Reply

Your email address will not be published.