oom

ଦୁଇ ବାଇକ ମୁହାଁମୁହିଁ ଧକ୍କା : ୨ ଗୁରୁତର

jsmm

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡ଼ିଆ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇଜଣ ଗୁରୁତର ଆହତ ହୋଇ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସିଙ୍ଗାଣିଗୁଡା ଗ୍ରାମର କଷା ମାଡକାମୀ ଓ ଅନ୍ୟ ଜଣେ ତେଗଡାପାଲ୍ଲୀ ଗ୍ରାମର ଆନନ୍ଦ ମାଢି ପଡ଼ିଆ ଅଞ୍ଚଳରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ରବିବାର ସନ୍ଧ୍ୟା ସାଢ଼େ ସାତଟା ସମୟରେ କତାଗୁଡା ଗ୍ରାମ ନିକଟରେ ଉଭୟ ପାର୍ଶ୍ଵରୁ ଆସୁଥିବା ଦୁଇ ମଟର ସାଇକଲ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଦୁଇ ମଟର ସାଇକେଲରେ ବସିଥିବା ଦୁଇ ଜଣ ଚାଳକ ଗୁରୁତ୍ତର ଆହତ ହୋଇ ରାସ୍ତା ଉପରେ ପଡି ରହିଥିବା ଗ୍ରାମବାସୀ ଦେଖିଥିଲେ । ଗ୍ରାମବାସୀ ପଡିଆ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇବା ସଙ୍ଗେ ସଙ୍ଗେ ପଡିଆ ଅଗ୍ନିଶମ ବାହିନୀ ଅଧିକାରୀ ବୀରେନ୍ଦ୍ର ସିଂ ତାଙ୍କ ସହ କମ ହରିଜନ, ପ୍ରକାଶ ନାୟକ, ବିନୋଦ ବେହେରା ତୁରନ୍ତ ଘଟଣା ସ୍ଥଳେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

jittmm
Leave A Reply

Your email address will not be published.