
ଦେଓଗାଁ, (କେପିଏନ୍ଏସ୍) : ଜାତୀୟ ରାଜପଥ ନଂ ୨୬ର ଦେଓଗାଁ ବସ୍ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏଥିରେ ଉଭୟ ବାଇକ ଆରୋହୀ ଆହତ ହୋଇଛନ୍ତି । ଖବର ପାଇ ଦେଓଗାଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ଆହତଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆହତ ଦ୍ୱୟଙ୍କ ସମ୍ପୂର୍ଣ୍ଣ ଠିକଣା ଜଣାପଡି ନଥିଲେ ବି ଜଣେ ସାଗରପାଲି କଲୋନୀ ଓ ଅନ୍ୟ ଜଣେ ରତନପୁର ଗାଁର ବୋଲି ଜଣାପହିଛି ।