ବାଇକୁ ଧକ୍କା ଦେଲା ବାଇକ୍‌

ଗଞ୍ଜାମ : ଗଞ୍ଜାମ ଥାନା ନିକଟସ୍ଥ ଜାତୀୟ ରାଜପଥ ବିଞ୍ଚଣାପଲି ଛକଠାରେ ବୁଧବାର ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗୋଟିଏ ବାଇକକୁ ଆଉ ଗୋଟିଏ ବାଇକ ଧକ୍କା ଦେବା ଫଳରେ ଉଭୟ ବାଇକ ଚାଳକ ଆହତ ହୋଇଥିବା ଜଣାପଡ଼ିଛି । ଜାତୀୟ ରାଜପଥ ପେଟ୍ରୋଲିଂ ଅଧିକାରୀ ଏସ୍‌କେ ପାଢ଼ୀ ସେମାନଙ୍କୁ ଉଦ୍ଧାର କରି ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସୂଚନା ଅନୁସାରେ, ରମ୍ଭା ଥାନା ଅଧୀନ ଧାରେଡ଼ିର ପାଣ୍ଡ ନାହାକ ନିଜ ବାଇକ ନଂ ଓଡି ୦୭ କେ ୩୬୬୪ରେ ଗଞ୍ଜାମ ଆସୁଥିବା ବେଳେ କହ୍ନେଇପୁର ନାଚୁଣୀର ଚୈତନ୍ୟ ମୁଦୁଲି ବାଇକ ନଂ. ଓଡିଓ୨ ଏଭି ୭୦୩୧ଙ୍କ ମଧ୍ୟରେ ଧକ୍କା ହୋଇଥିଲା ।

Leave A Reply

Your email address will not be published.

error: Content is protected !!