ଟ୍ୟାଙ୍କର-ଅଟୋ ମୁହାଁମୁହିଁ ଧକ୍କା : ୧ ମୃତ, ୫ ଆହତ

କୋରାପୁଟ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପୋଡାପଦର ଗ୍ରାମ ଛକ ନିକଟରେ ଗୁରୁବାର ଟ୍ୟାଙ୍କର ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ସ୍ଥାନୀୟ ପଟ୍ଟାଙ୍ଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ବବିଲି ଅଞ୍ଚଳରୁ କିଛି ବେଲୁନ ବିକାଳୀ କୁନ୍ଦିଲି ଦଶହରା ଯାତ୍ରାକୁ ବ୍ୟବସାୟ କରିବାକୁ ଆସିଥିଲେ । ଗୁରୁବାର ଏକ ଅଟୋ ଯୋଗେ ଗାଁକୁ ଯାଉଥିବା ବେଳେ ଏକ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

Leave A Reply

Your email address will not be published.