ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର

ବାରିପଦା : ବାରିପଦାରୁ ବାଲେଶ୍ଵର ରାସ୍ତାରେ ୧୮ ନମ୍ଵର ଜାତୀୟ ରାଜପଥ ମଞ୍ଚାବନ୍ଧାଠାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, ବାରିପଦାରୁ ବାଲେଶ୍ଵର ରାସ୍ତାରେ ଏକ ଆଜବେଷ୍ଟସ୍ ବୋଝେଇ ଟ୍ରକ ଯାଉଥିବା ବେଳେ ବୀପରିତ ଦିଗରୁ ଏକ ଆଲୁମିନିୟମ ବୋଝେଇ ଟ୍ରକ୍ ସାମ୍ନା ପଟୁ ଧକ୍କା ଦେଇଥିଲା । ଫଳରେ ଉଭୟ ଗାଡିର ଡ୍ରାଇଭର ସହ ଆଜବେଷ୍ଟସ୍ ବୋଝେଇ ଟ୍ରକ୍‌ର ହେଲପର ଆହତ ହୋଇଥିବା ଜଣାପଡ଼ିଛି । ଆହତମାନେ ହେଲେ ବାଉଁଶ ବିଲାର ବିନୋଦ ସିଂ, ଶୁନମୁଗାଭେଲ ଏସ୍ ଏବଂ ଖଲାସୀ ମୁନି ସିଂ । ସମସ୍ତଙ୍କୁ ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.