
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହର ଆନ୍ଧ୍ର-ସୀମାନ୍ତ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକଠାରେ ବାଇକକୁ ଧକ୍କା ଦେଲା ଟ୍ରକ । ଜଣେ ମୃତ ଦୁଇ ଆହତ । ମିଳିଥିବା ସୂଚନା ପ୍ରକାରେ, ଗୋଟିଏ ବାଇକରେ ସ୍ତ୍ରୀ ଓ ଛୁଆକୁ ନେଇ ସ୍ୱାମୀ ବ୍ରହ୍ମପୁର ଆସୁଥିବା ବେଳେ ଗୋଟେ ଟ୍ରକ ଧକ୍କା ଦେବା ଫଳରେ ବାଇକରେ ବସିଥିବା ଛୁଆ ଓ ବାପା ବଡ଼ ଝଟକାରେ ଛିଟିକି ହୋଇ ରାସ୍ତା ମଝିରେ ପଡ଼ିଥିଲେ । ଘଟଣା ସ୍ଥଳେ ମହିଳା ଜଣକର ମୃତ୍ୟୁ ଘଟିଥିବା ବେଳେ ଛୁଆ ଓ ବାପା ଦୁଇ ସାମାନ୍ୟ ଆହାତ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳେ ଗୋଳନ୍ଥରା ଥାନା ପୁଲିସ୍ ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିବା ଜଣାପଡିଛି ।