om academy

ଯାତ୍ରୀବାହୀ ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା

jsm

କୋକସରା : ଆମପାଣି ଘାଟିରେ ୨୬ନଂ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସୂଚନା ଅନୁସାରେ ଏକ ସରକାରୀ ବସ୍‌ ଜୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ (ଓଡି୦୨ ଏଭି ୭୦୬୫) ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ସରକାରୀ ବସ୍‌ ଆଗପଟ କାଚ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଖବର ପାଇ ଆମପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କିବା ସହ ଉଭୟ ବସ୍‌ ଏବଂ ଟ୍ରକକୁ ଅଟକ ରଖିଛି । ଯାତ୍ରୀଙ୍କୁ ଅନ୍ୟ ଏକ ବସ୍‌ରେ ତାଙ୍କ ଗନ୍ତବ୍ୟସ୍ଥଳକୁ ପଠାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.