ବାଇକ୍‌ ବୋଲେରୋ ମୁହାଁମୁହିଁ ଧକ୍କା : ୨ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବାଇକ୍‌ ବୋଲେରୋ ମୁହାଁମୁହିଁ ଧକ୍କାରେ ୨ ଗୁରୁତର । ଏପରି ଘଟଣା ଦେଖିବାକୁ ମିଳିଛି, ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତର ନାରିଙ୍ଗିଯୋଡି ଛକ ନିକଟରେ । ବାଇକ୍‌ ବୋଲେରୋ ମୁହାଁମୁହିଁ ହେବାରୁ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇ ଯୁବକ ହେଉଛନ୍ତି ମାଇଁକଞ୍ଚ ପଞ୍ଚାୟତର କାକଡିପଦର ଗାଁର ଗୋବିନ୍ଦ ଝଡ଼ିଆ ଏବଂ କେଶବ ଝଡ଼ିଆ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗୁରୁତର ଦୁଇ ଯୁବକଙ୍କୁ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୋବିନ୍ଦ ଓ କେଶବ ମାଇଁକଞ୍ଚ ଅଭିମୁଖେ ଏକ ବାଇକ୍‌ ଓଡ଼ି ୧୮ ଏନ୍‌ ୨୪୮୩ରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ଓଡ଼ି୧୮ ଯେ ୦୨୫୫ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ହେବାରୁ ଅଣ୍ଡିରାକଞ୍ଚ ପୁଲିସ ଆସି ତଦନ୍ତ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.