୨ ବାଇକ୍‌ ମୁହାଁମୁହିିଁ ଧକ୍କା : ୨ ମୃତ

ସୁବର୍ଣ୍ଣପୁର : କଟାପାଲି ଗାଁ ମୁଣ୍ଡରେ ବାଇକ୍‌କୁ ଧକ୍କା ଦେଲା ବାଇକ୍‌ । ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ମୃତ । ମୃତ ବ୍ୟକ୍ତି ଦ୍ୱୟ ବିନିକା ଥାନା ଘଣ୍ଟୋପାଳି ଗ୍ରାମର ରାଜେନ୍ଦ୍ର ବାରିକ ଓ ସଚିତା ପଧାନ ବୋଲି ଜଣାପଡିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କଟାପାଲି ଗାଁ ମୁଣ୍ଡରେ ଏଭଳି ଘଟଣା ଘଡିଛି । ସୂଚନା ଅନୁସାରେ, ୨ ଜଣ ବ୍ୟକ୍ତି ଗୋଟିଏ ବାଇକ୍‌ରେ କୌଣସି କାମରେ ଲଛିପୁର ଯାଉଥିଲେ । ଏହି ସମୟରେ କଟାପାଳି ଛକ ନିକଟରେ ଦ୍ରୃତ ଗତିରେ ଏକ ବାଇକ୍‌ ଆସି ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ବ୍ୟକ୍ତି ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ବ୍ୟକ୍ତି ଦ୍ୱୟଙ୍କୁ ଗୁରୁତର ଅବସ୍ଥାରେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବିନିକା ଡାକ୍ତରଖାନାରେ ରାଜେନ୍ଦ୍ର ବାରିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସଚିତା ପଧାନଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା । ବୁର୍ଲା ଯାଉଥିବା ସମୟରେ ରାସ୍ତାରେ ସଚିତା ପଧାନଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ସମ୍ୱନ୍ଧରେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.