ଜେ.ସି.ବି ଓ ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଗ୍ରାମ ଭାରତମାତା ମୂର୍ତ୍ତି ନିକଟରେ ଏକ ନମ୍ବର ବିହୀନ ଜେ.ସି.ବି ଓ ପିକ୍‌ଅପ୍‌ ନମ୍ବର ଓଡି୦୮ ଆର୍‌ ୬୧୫୯ ସହ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ କୋଲାହୋଲ ପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା । ଘଟଣାରେ କେହି ଆହତ ହୋଇ ନଥିଲେ ମଧ୍ୟ ପିକ୍‌ଅପ୍‌ ଗାଡ଼ିର ସାନା ପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଜେସିବି ରୟାଲ ଇନ୍‌ଫା କମ୍ପାନୀର ବୋଲି ଜଣାପଡିଛି । ଉକ୍ତ କମ୍ପାନୀ ମନଇଚ୍ଛା ଗାଡ଼ି ଚଳଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖବର ପାଇ ଓଡିଶା ଡ୍ରାଇଭର୍‌ ମହାସଂଘର କର୍ମକର୍ତ୍ତା ଯାଇଥିଲେ ଓ ଶିକାର ପାଇଁ ପଞ୍ଚାୟତ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ସମସ୍ତଙ୍କୁ ପଚାରି ବୁଝି ତଦନ୍ତ କରିବା ନେଇ କହିଥିଲେ ।

Leave A Reply

Your email address will not be published.

error: Content is protected !!