ବାଇକ୍‌ – ଟ୍ରକ୍‌ ମୁହାମୁହିଁ ଧକ୍କା : ୨ ମୃତ

ଭଦ୍ରକ : ୧୬ ନମ୍ୱର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ଦୁର୍ଘଟଣା । ବିଳମ୍ବିତ ରାତିରେ ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌ । ବାଇକରେ ଥିବା ଆରୋହୀଙ୍କ ମଧ୍ୟରୁ ୨ ମୃତ । ମୃତକ ମଧ୍ୟରେ ଭଦ୍ରକ ପଥରଆଡ଼ି ଓ ବରିକପୂର ଅଞ୍ଚଳର ୨ ଜଣ ଯୁବକ ଥିଲେ । ତେବେ ବାଇକ୍‌ରେ ୨ ଜଣ ଜାତୀୟ ରାଜପଥରେ ରଙ୍ଗ ରୁଟ୍‌ରେ ଯାଉଥିବା ବେଳେ ଟ୍ରକ୍‌ ସହ ମୁହାମୁହିଁ ଧକ୍କା ହୋଇଥିଲା । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ । ଟାଉନ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିବା ବେଳେ ୨ ମୃତକଙ୍କୁ ଭଦ୍ରକ ମେଡିକାଲରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Leave A Reply

Your email address will not be published.