ସମ୍ବଲପୁର : ଅଜଣା ଗାଡ଼ି ଧକ୍କାରେ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି । ମୃତ କନଷ୍ଟେବଳ ଜଣକ ହେଉଛନ୍ତି ଯୁଯୁମୁରା ଅଞ୍ଚଳର ବେଣୁଧର ଗନିଖ(୨୨) । ସୂଚନା ଅନୁଯାୟୀ, ସୋମବାର ରାତିରେ ବେଣୁଧର ତାଙ୍କ ବାଇକ୍ରେ ଘରକୁ ଫେରୁଥିବାବେଳେ କୌଣସି ଏକ ଗାଡ଼ି ତାଙ୍କୁ ରେଙ୍ଗାଲି ନିକଟରେ ଧକ୍କା ଦେଇଥିଲା । ରାସ୍ତାକଡ଼ରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ପୁଲିସ ସହାୟତାରେ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନାକୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଭୋର୍ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଜଣାପଡିଛି ।
Prev Post
Next Post