oum

ମଦ ବୋଝେଇ ଟ୍ରକ୍ ସହ ବୁଲେଟ ଧକ୍କା ହେବା ଫଳରେ ଦୁର୍ଘଟଣା : ଲୋକେ ବୋହିନେଲେ ମଦ ବୋତଲ

jsm

ଦେଓଗାଁ, (ମନୀଷ କୁମାର ସାହୁ): ଆଜି ଦିନ ପ୍ରାୟ ୧ଟା ସମୟରେ ଦେଓଗାଁ ବସଷ୍ଟାଣ୍ଡ ନିକଟରେ ଏକ ବୁଲେଟ୍‌ ଓ ମଦ ବୋଝେଇ ଟ୍ରକ୍ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ ଚାଳକ ଓ ବାଇକ୍ ଆରୋହୀଙ୍କୁ ବଲାଙ୍ଗୀର ଡାକ୍ତରଖାନା ନେଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକରେ ଥିବା କିଛି ବିଦେଶୀ ମଦ ବୋତଲ ଫାଟି ଯାଇଥିବା ବେଳେ ଗାଡ଼ିଟି ଓଲଟି ଯାଇଥିବାରୁ ସ୍ଥାନୀୟ ଲୋକେ ଓ କଲେଜ ଛାତ୍ରଛାତ୍ରୀମାନେ ଗାଡିରୁ ମଦ ବୋତଲ କାଢି ନେଇ ଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.