ଦୁଇ ଟ୍ରକ ମୁହାଁମୁହିଁ ଧକ୍କା

ବାସୁଦେବପୁର : ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଖବର ଅନୁଯାୟୀ ଶନିବାର ମଧ୍ୟରାତ୍ରରେ ଧାମରାରୁ ବାସୁଦେବପୁର ଅଭିମୁଖେ ଆଇରନ୍‌ ଖାଲି କରି ଆସୁଥିବା ଟ୍ରକଟି ରାସ୍ତାକଡ଼ରେ ଛିଡ଼ା ହୋଇଥିଲା । ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚାଳକ ଗୁରୁତର ହୋଇଥିବା ଖବର ମିଳିଛି । ତେବେ ଗୁରୁତର ଥିବା ଡ୍ରାଇଭରଙ୍କ ଗୋଡ ସଂପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଶରୀର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ସେପଟେ ଦୁର୍ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ଦୁଇ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜଣଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ବାକି ଅନ୍ୟ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ସ୍ଥାନାନ୍ତର କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତ ଯୁବକ ଏବଂ ଆହତଙ୍କ ପରିଚୟ ମିଳିପାରି ନଥିବା ସୂଚନା ରହିଛି ।

Leave A Reply

Your email address will not be published.