ବୋଲେରୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଡ୍ରାଇଭର ଗୁରୁତର

ଘଟଗାଁ : ଘଟଗାଁ ଥାନା ଅନ୍ତର୍ଗତ ମୁଦ୍ରାବେଡ଼ା ଗାଁ ଛକ ନିକଟରେ ବୋଲେରୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ ପଦ୍ମାବତୀ । ଦୁର୍ଘଟଣାରେ ଉଭୟ ଗାଡି ଭାଙ୍ଗିରୁଜି ଯାଇଥିବା ବେଳେ ବୋଲେରୋ ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି । ତାଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ରବିବାର ରାତିରେ ଭୁବନେଶ୍ୱରରୁ କରଞ୍ଜିଆ ଫେରୁଥିବା ଯାତ୍ରୀବାହୀ ବସ୍‌ ପଦ୍ମାବତୀ ସହ କରଞ୍ଜିଆ ପଟରୁ ବାହାଘର ଭୋଜି ଖାଇ ଫେରୁଥିବା ଏକ ବୋଲେରୋ ଗାଡ଼ିକୁ ଧକ୍କା ହୋଇଥିଲା । ଏଥିରେ ଉଭୟଙ୍କ ଗାଡ଼ି କ୍ଷତି ହୋଇଥିବା ବେଳେ ବୋଲେରୋ ଡ୍ରାଇଭର ଗୁରୁତର ଥିବାରୁ କେନ୍ଦୁଝର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.

error: Content is protected !!