jayashree

ଟାଟା ଏସି ଓ ବସ୍‌ ମୁହାଁମୁହିଁ ଧକ୍କା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଭରସୁଜା ଗ୍ରାମର ଛେଲିଆପାଟ ହାଇସ୍କୁଲ ସମ୍ମୁଖ ରାସ୍ତାରେ ଜୟ ମା’ଲକ୍ଷ୍ମୀ ବସ୍‌ ପଦ୍ମପୁର ପଟରୁ ଆସୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଟାଟା ଏସି ଗାଡିର ଡାହାଣ ପଟ ଚକା ଫାଟି ଯିବାରୁ ବସ୍‌ର ଡାହାଣ ପଟକୁ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଟାଟା ଏସି ଗାଡିରେ ୩ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ଡ୍ରାଇଭର କିଶୋର ସାହୁଙ୍କ ଡାହାଣ ଗୋଡ ଭାଂଗି ଯାଇଥିବା ବେଳେ ରକିଙ୍କ ମୁହଁରେ କ୍ଷତ ହୋଇଛି । ଅନ୍ୟ ଜଣେ ବ୍ୟକ୍ତି ରାଧାକାନ୍ତ ବାଗ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଉକ୍ତ ତିନି ଜଣଙ୍କୁ ୧୦୮ ଆମ୍ବୁଲାନସ ଯୋଗେ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଥିବା ଆଗଲପୁର ଫାଣ୍ଡି ଅଧିକାରୀ ସନାତନ ସାହୁଙ୍କ ଠାରୁ ସୂଚନା ମିଳିଛି । ଘଟଣାସ୍ଥଳକୁ ଫାଣ୍ଡି ଅଧିକାରୀ ସନାତନ ସାହୁଙ୍କ ସହ ଅନ୍ୟ କର୍ମଚାରୀ ପହଂଚି ଗାଡି ୨ଟିକୁ ଆଗଲପୁର ଥାନାକୁ ନିଆଯାଇଛି । ଆଗଲପୁର ଥାନା କେଶ ନଂ ୪୬ ତା ଆଇପିସି ୨୭୯/୩୩୭/୩୩୮ଦଫା ଲଗାଯାଇଥିବା ଏଏସ୍‌ଆଇ ନାରାୟଣ ସାହାଙ୍କ ଠାରୁ ପ୍ରକାଶ । ବସ୍‌ ନମ୍ବର ଓଡି୦୩ ଏକ୍ସ୮୯୬୬ ହୋଇଥିବା ବେଳେ ଟାଟା ଏସି ନମ୍ବର ୦୩ଜି ୩୮୧୫ ବୋଲି ପୋଲିସ ସୂତ୍ରରୁ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.