oom

ବସ ଓ ବାଇକ ଧକ୍କା : ୧ ମୃତ, ଡ୍ରାଇଭର ଅଟକ

jsmm

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣାଗଡ଼-ପଦ୍ମପୁର ରାସ୍ତାରେ ଥିବା ଗୌଡ଼ପାଲି ଜୁରିଆ ନିକଟରେ ଗତରାତ୍ରି ୯ ଘଣ୍ଟା ସମୟରେ ଶତାବ୍ଦୀ ନାମକ ଏକ ଘରୋଇ ବସ ଓ ବାଇକ ମଧ୍ୟରେ ଧକ୍କା ହୋଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଶତାବ୍ଦୀ ବସଟି ଦହିଗାଁରୁ ବରଯାତ୍ରୀ ଧରି ବେଲପଡା ସର୍ଗିଗୁଡା ଯାଇଥିବା ବେଳେ ଖପ୍ରାଖୋଲ ମାଲପଡ଼ାରୁ ଜଣେ ଯୁବକ ନିଜ ଭଉଣୀର ବାହାଘର ଜିନିଷ ପତ୍ର ଦେଇ ନିଜ ବାଇକରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ବସରେ ପିଟି ହେବାରୁ ବାଇକ ଚାଳକଙ୍କ ମୃତ୍ୟ ହୋଇଥିଲା । ମୃତ ଯୁବକ ବେଲପଡା ଥାନା ଅନ୍ତର୍ଗତ ନାଗଫେଣା ଗାଁର ସମାରୁ ବରିହା ବୋଲି ଜଣାପଡିଛି । ଏ ଘଟଣାର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ବସକୁ ପାଟଣାଗଡ଼ ଥାନାକୁ ଆଣି ବସ ଚାଳକକୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡିଛି । ମୃତକଙ୍କ ଶବକୁ ଆଜି ଲରମ୍ଭା ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.