om academy

୨ ବାଇକ୍ ମଧ୍ୟରେ ଧକ୍କା, ୧ ମୃତ

jsm

ପୁରୁଣାକଟକ : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ତିଲେଶ୍ୱର ପଞ୍ଚାୟତ ବ୍ରାହ୍ମଣ ଗାଁ ଛକ ନିକଟରେ ୨ ବାଇକ୍ ମଧ୍ୟରେ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଭଙ୍ଗା ଥାନା ଭେଜିଗୋରା ଗ୍ରାମର ରାଜନ ଭୋକ୍ତା(୪୮) । ସୂଚନା ଅନୁସାରେ ଶନିବାର ସଂଧ୍ୟାରେ ହରଭଙ୍ଗା ଥାନା ଭେଜିଗୋରା ଗ୍ରାମର ରାଜନ ଭୋକ୍ତା ଓ ସୁଧାଂଶୁ ଭୋକ୍ତା ଏକ ବାଇକ ଯୋଗେ ତିଲେଶ୍ୱର-ପୁରୁଣାକଟକ ପୁର୍ତ୍ତରାସ୍ତା ଦେଇ ଛତ୍ରପୁର ଯାଉଥିଲେ । ହଠାତ୍‌ ବ୍ରାହ୍ମଣ ଗାଁ ଛକ ନିକଟରେ ଅନ୍ୟ ଏକ ବାଇକ୍‌ ଦୃତ ଗତିରେ ଆସି ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା । ଫଳରେ ଉଭୟେ ରାଜନ ଓ ସୁଧାଂଶୁ ଦୂରକୁ ଛିଟିକି ପଡିଥିଲେ । ଗୁରୁତର ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ଚାରିଛକ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ଉଭୟଙ୍କୁ ପୁରୁଣାକଟକ ମେଡିକାଲକୁ ନେଇଥିଲେ । ତେବେ ରାଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ସୁଧାଂଶୁ ଚିକିତ୍ସିତ ହେଉଥିବା ଜଣାପଡିଛି । ଘଟଣା ସ୍ଥଳରେ ପୁରୁଣାକଟକ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.