om academy

ବସ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା : ୩ ଆହତ

jsm

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ତେଲକୋଇ- ଜଗମୋହନପୁର ରାସ୍ତାର ହନୁମନ୍ତିଆ ନାଳ ନିକଟରେ ଶନିବାର ଏକ ଦୁର୍ଘଟଣା ଘଟିଛି । ସକାଳେ ତେଲକୋଇରୁ ରାଉରକେଲା ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଅଟୋକୁ ଧକ୍କା ଦେବା ଫଳରେ ଅଟୋରେ ଯାଉଥିବା ୩ ଜଣ ଆହତ ହୋଇଛନ୍ତି । ସେମାନେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ବସ୍‌ଟିର ନାମ ଶ୍ରୀକାନ୍ତ ବୋଲି ଜଣାପଡ଼ିଛି । ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.