ଦୁଇ ବାଇକ ମୁହାମୁହିଁ ଧକ୍କା : ଜଣେ ମୃତ

ମ.ରାମପୁର, (ହେମନ୍ତ ସାହୁ) : ଆଜି କଳାହାଣ୍ଡି ଜିଲ୍ଳା ମ.ରାମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ରାୟପୁର ଜାତୀୟ ରାଜପଥ(୫୯)ରେ ଦୁଇ ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ଆଉ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ ମ.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ପଂଚାୟତ, କେନ୍ଦୁବନ୍ଧ ଗ୍ରାମର କିରଣ ପରାଭୋଏ(୨୯) ସ୍ତ୍ରୀ ଏବଂ ପୁଅଙ୍କ ସହିତ ନିଜ ମୋଟର ସାଇକେଲରେ ବାଲିପଡ଼ାରୁ ନିଜ ଗାଁକୁ ଫେରୁଥିବା ବେଳେ ଅପରାହ୍ନ ପ୍ରାୟ ପାଂଚ ଘଂଟା ସମୟରେ ମ.ରାମପୁର ନିକଟସ୍ଥ ରଜାମୁଣ୍ଡା ପାଖରେ ସାମ୍ନାପଟୁ ଆସୁଥିବା ଆଉ ଏକ ମଟର ସାଇକେଲ ସହିତ ସାମ୍ନାସାମ୍ନି ଧକ୍କା ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଉଦ୍ୟମରେ ସମସ୍ତଙ୍କୁ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ହେଁ କିରଣ ପରାଭୋଏଙ୍କୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର । ତେବେ ସାମ୍ନପଟୁ ଆସୁଥିବା ଡ଼ଙ୍ଗାପଟା ଗ୍ରାମର ଭୂବନ ରଣା ତାଙ୍କ ବାପା ଡ଼ମ ରଣାଙ୍କ ସମେତ କିରଣଙ୍କ ପୁଅ ଏବଂ ସ୍ତ୍ରୀ ଆହତ ହୋଇଥିବା ଜଣାଯାଇଛି । ସମସ୍ତ ଆହତଙ୍କୁ ମ.ରାମପୁର ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଛି ଏବଂ ମୃତ ଶବକୁ ବ୍ୟବଚ୍ଛେଦ୍ଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ପୋଲିସ ଏ ନେଇ ଏକ ମାମଲା ରୁଜୁ କରିଛି ।

jittmm
Leave A Reply

Your email address will not be published.