ବ୍ରେକ ଡାଉନ୍ ଟ୍ରକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ, ୬ ଗୁରୁତର

ଭଦ୍ରକ : ଭଣ୍ଡାରିପୋଖରୀ ନିକଟସ୍ଥ ଆଖୁଆପଦା ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଖରାପ ହୋଇ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ଆମ୍ବୁଲାନ୍ସ ଧକ୍କା ଦେଇଛି । ଫଳରେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ତିନି ଜଣ ଭଦ୍ରକ ଓ ଅନ୍ୟ ତିନି ଜଣଙ୍କୁ ଯାଜପୁର ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସୋର ମଧୁସୂଦନପୁର ଗାଁର ଶାନ୍ତିଲତା ବେହେରାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ସୋର ମେଡିକାଲରୁ କଟକ ସ୍ଥାନାନ୍ତର କରାଯାଉଥିଲା । ୧୦୮ ଆମ୍ବୁଲାନ୍ସରେ ଯାଉଥିବା ବେଳେ ଆଖୁଆପଦାଠାରେ ଆମ୍ବୁଲାନ୍ସଟି ବ୍ରେକ ଡାଉନ ଟ୍ରକକୁ ଧକ୍କା ଦେଇଥିଲେ । ଦୁର୍ଘଟଣାରେ ରୋଗୀଙ୍କ ସହ ପୁଅ ଅଜିତ, ପୁତୁରା ରମେଶ ମଧ୍ୟ ଗୁରୁତର ହୋଇଛନ୍ତି । ୩ ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ୩ ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଯାଜପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!