ହାଇୱା-ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା : ୧୫ରୁ ଊର୍ଦ୍ଧ୍ୱ ଆହତ, ୫ ଗୁରୁତର

ବାରିପଦା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରର ବାମନାଶାଳ ନିକଟସ୍ଥ ଗ୍ରୀଡ଼ ସବ୍‌ ଷ୍ଟେସନ ସମ୍ମୁଖରେ ଶୁକ୍ରବାର ବାଲି ବୋଝେଇ ହାଇୱା ସହ ‘କଲ୍ୟାଣୀ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଫଳରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସୂଚନାଯୋଗ୍ୟ ଯେ, କଲ୍ୟାଣୀ ନାମକ ଘରୋଇ ବସ୍‌ଟି କରଞ୍ଜିଆ ବ୍ଲକ ହାତୀବାରିଠାରୁ କରଞ୍ଜିଆ ସହର ଅଭିମୁଖେ ଆସୁଥିବା ବେଳେ ଏକ ବାଲି ବୋଝେଇ ହାଇୱା ପଛପଟୁ ଧକ୍କା ଦେଇଥିଲା । ଖବର ପାଇ ୩ଟି ୧୦୮ ଆମ୍ବୁଲାନ୍ସ ସହିତ ପୋଲିସ ମଧ୍ୟ ନିଜ ଗାଡ଼ିରେ ସମସ୍ତ ଆହତଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଥିଲା । ଦୁର୍ଘଟଣାରେ ବହୁ ସଂଖ୍ୟକ ସ୍ଥାନୀୟ ମହିଳା ଥିବା ଜଣାପଡିଛି ।

Leave A Reply

Your email address will not be published.