ବୋଲେରୋ ଧକ୍କାରେ ୩ ଗୁରୁତର

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗୁରୁବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି । ଏକ ବୋଲେରୋ ଗାଡ଼ି ଧକ୍କା ଦେବା ଫଳରେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଡ଼ି ଧକ୍କାରେ ଏକ ସ୍କୁଟି ଏବଂ ମେଡିକାଲ ପରିସରରେ ଥିବା ରୋଷେଇ ଘର କାନ୍ଥ ଭାଙ୍ଗିରୁଜି ଯାଇଛି । ସୂଚନା ଅନୁସାରେ, ସଂପୃକ୍ତ ବୋଲେରୋ ଗାଡିର ଡ୍ରାଇଭର କୌଣସି କାମରେ ବାହାରକୁ ଗାଡ଼ି ନେଇ ଯାଇଥିଲେ । ଫେରିବା ବେଳେ ଜଣେ ସାଙ୍ଗ ତାଙ୍କୁ ଗାଡି ଚଳାଇବାକୁ ମାଗିଥିଲେ । ଡ୍ରାଇଭର ତାଙ୍କୁ ଗାଡି ଦେଇ ଆଗରେ ବସିଥିଲେ । ମୁଖ୍ୟ ରାସ୍ତାରୁ ଗାଡିକୁ ମେଡିକାଲ ଭିତରକୁ ନେବା ବେଳେ ସମ୍ପୃକ୍ତ ଯୁବକ ଜଣକ ଭାରସାମ୍ୟ ହରାଇଥିଲେ । ଏହି ସମୟରେ ମେଡିକାଲକୁ ନିଜ ସମ୍ପର୍କୀୟଙ୍କୁ ଦେଖିବାକୁ ଆସିଥିବା କଳାହାଣ୍ଡି ଜିଲ୍ଲା ନର୍ଲାର ରଶ୍ମୀ ରଂଜନ ବ୍ରହ୍ମା ଓ ଗୀତାଞ୍ଜଳି ବ୍ରହ୍ମାଙ୍କୁ ଗାଡ଼ି ଧକ୍କା ଦେଇଥିଲା । ଏହାପରେ ଗାଡ଼ିଟି ଏକ ସ୍କୁଟିକୁ ଧକ୍କା ମାରି ରୋଷେଇ ଘର କାନ୍ଥରେ ପିଟି ହୋଇଥିଲା । ରଶ୍ମୀରଂଜନ ଏବଂ ଗୀତାଞ୍ଜଳି ଗୁରୁତର ହୋଇପଡ଼ିଥିଲେ । ସେହିପରି ଆଗରେ ବସିଥିବା ଡ୍ରାଇଭରଙ୍କ ମଧ୍ୟ ମୁଣ୍ଡ ଫାଟିଯାଇଛି । ହେଲେ ଗାଡି ଚଳାଉଥିବା ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏ ନେଇ ଫୁଲବାଣୀ ଟାଉନ ଥାନାରେ ଏତଲା ହୋଇଛି । ଦୁର୍ଘଟଣା ଘଟାଇଥିବା ଗାଡ଼ି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ନିୟୋଜିତ ଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!