jayashree

ପୌର ପରିଷଦ ପକ୍ଷରୁ ଆରମ୍ଭ ହେଲା ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଅମ୍ବାପାଲି ବୃନ୍ଦାବନ ପଡିଆ ଠାରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କଲା ପୌରପରିଷଦ । ଗୁରୁବାର ଟାଉନ ପୋଲିସ, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ହର ପ୍ରସାଦ ଭୋଇ ଏବଂ ଜିଲ୍ଲାପ୍ରଶାସନର ଅଧିକାରୀ ମାନଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଥିବା ଜଣାପଡିଛି । ମହିଳା ମାନେ ଜେସିବି ଆଗରେ ବସିବା ସହ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିବାରୁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରହିଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ‌ ଜବର ଦଖଲକାରୀଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି । ଜିଲ୍ଲାପ୍ରଶାସନ ଓ ଜବର ଦଖଲକାରୀ ମୁହାଁମୁହିଁ ହୋଇଛନ୍ତି । ବିନା ନୋଟିସରେ ଘର ଭଙ୍ଗା ଯାଉଥିବା ଜବର ଦଖଲକାରୀ ଅଭିଯୋଗ କରିଛନ୍ତି । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଗୋପପୁର କମିଟି ଲିଖିତ ଭାବେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏହି ଜବର ଦଖଲ ଉଚ୍ଛେଦ ପାଇଁ ଦାବି ଜଣାଇଥିଲେ । ଘଟଣା ସ୍ଥଳରେ ପୋଲିସ ଓ ଜବରଦଖଲକାରୀଙ୍କ ମଧ୍ୟରେ ହାତାହାତି ହେଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ବିନା ଥଇଥାନରେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିବାରୁ ବରଗଡ଼ବାସୀ ଏହାକୁ ନିନ୍ଦା କରିଛନ୍ତି ।

Leave A Reply

Your email address will not be published.