oom

ଓଭରଟେକ କରି ଯିବାବେଳେ ପଛପଟୁ ଆମ୍ବୁଲାନ୍ସକୁ ଧକ୍କାଦେଲା ଟ୍ରକ

jsmm
  • ଅଳ୍ପକେ ବର୍ତ୍ତିଲେ ଆମ୍ବୁଲାନ୍ସ ଡ୍ରାଇଭର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ୪୪ନଂ ରାଜ୍ୟ ରାଜପଥ ସର୍ଗିଗୁଡା ଗ୍ରାମ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ମରାମତି ହୋଇ କାଶୀପୁର ଫେରୁଥିବା ସମୟରେ ଉତ୍କଳ ଆଲୁମିନାରୁ ଆଲୁମିନିଅମ ବୋଝେଇ ଏକ ଟ୍ରକ ଓଭରଟେକ କରି ଯାଉଥିବା ବେଳେ ଆମ୍ବୁଲାନ୍ସକୁ ଡାହାଣ ପଟେ ଧକ୍କା ଦେଇ ପୁଣି ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା । ପୁଣିଥରେ ଗାଡି ପଛକୁ ଗଡିଯାଇ ଆମ୍ବୁଲାନ୍ସକୁ ଧକ୍କାଦେବାରୁ ଗାଡିଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର । ରାୟଗଡ଼ାରୁ ଆମ୍ବୁଲାନ୍ସ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ନିୟମିତ ରାତିରେ ମାଲବୋଝେଇ କରି ଗାଡି ବେପରୁଆ ଭାବେ ଚଳାଇ ଅପର ଡିପର ନ ଲଗାଇ ଚଳାଉ ଥିବାରୁ ବାରମ୍ବାର ଏମିତି ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି । ଖବର ପାଇ ଟିକିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟିଥିବା ଟ୍ରକକୁ ଜବତ କରି ୨ଜଣ ଡ୍ରାଇଭରଙ୍କୁ ଅଟକ ରଖିଛି । ସେପଟେ କାଶୀପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ମାତ୍ର ଗୋଟିଏ ୧୦୮ ଆମ୍ବୁଲାନ୍ସ ଥିଲା । ଏବେ ଦୁର୍ଘଟଣା ହେବାପରେ ରୋଗୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବେ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ଓ କାଶୀପୁର, ଡଙ୍ଗାସିଲ, ସୁଙ୍ଗେର, ମାଣ୍ଡିବିସି ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଲେଖାଏଁ ନୂଆ ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

jittmm
Leave A Reply

Your email address will not be published.