oom

ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ ଅଧିକାରୀଙ୍କୁ ଡିଜିପି ସମ୍ମାନ ପ୍ରଦାନ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀମାନଙ୍କୁ ତଦନ୍ତ କାର୍ଯ୍ୟରେ ତତ୍ପରତା ଓ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ୨୦-୨୧ ବର୍ଷ ସକାଶେ ଡିଜିପି ପୁରସ୍କାରରେ ସମ୍ମାନିତ କରିଯାଇଛି । ଏ ଅବସରରେ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଏସପି ରାହୁଲ ଜୈନ ସମସ୍ତ ପୋଲିସ ଅଧିକାରୀଙ୍କୁ ଡିଜିପିଙ୍କ ଦ୍ଵାରା ପ୍ରଦତ୍ତ ମାନପତ୍ର ପ୍ରଦାନ କରିଥିଲେ । ଏଥିରେ ବରଗଡ଼ ଟାଉନ ଥାନା ପୋଲିସର ଏସ୍‌ଆଇ ସୌମ୍ୟକାନ୍ତ ବଲିୟାର ସିଂ, ଅତିବିରା ଥାନାଧିକାରୀ ଦିଲ୍ଲିପ କୁମାର ବେହେରା, ଜଗଦଲପୁର ଥାନାଧିକାରୀ ବୀରବର ଭଗତ, ବାଲୁଙ୍କେଶ୍ୱର ନାଏକ, ପ୍ରଦୀପ କୁମାର ଶବର, ପ୍ରେମ ରାଜ ସାହୁ, ପିତାମ୍ବର ବେହେରା, ସତ୍ୟାନନ୍ଦ ଭୁଏଙ୍କୁ ଜିଲ୍ଲା ଏସ୍‌ପି ରାହୁଲ ଜୈନ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ ।

jittmm
Leave A Reply

Your email address will not be published.