ppurohit

ଗତ ଦୁଇଦିନ ମଧ୍ୟରେ ମୁରିବାହାଲ ରେଂଜରେ ୬୭ଟି କେନ୍ଦୁ କାଠ ଗଣ୍ଡି ଜବତ ହୋଇଥିବା ନେଇ ସୂଚନା ଦେଲେ ଡିଏଫଓ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁରିବାହାଲ ରେଂଜରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗତ ଦୁଇ ଦିନ ମଧ୍ୟରେ ୬୭ଟି କେନ୍ଦୁ କାଠ ଗଣ୍ଡି ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଡିଏଫ୍‌ଓ ନୀତିଶ କୁମାର । ମୁରିବାହାଲ ରେଂଜ ଅନ୍ତର୍ଗତ ବାବେଝୁରୀ ଗାଁରେ ପ୍ରଥମ ଦିନରେ ବେଆଇନ ଭାବେ କାଠ ରଖାଯାଇଥିବା ଖବର ପାଇ ମୁରିବାହାଲ ରେଂଜର ନିଳାଦ୍ରୀ ଭୋଇଙ୍କ ନେତୃତ୍ୱରେ ଚଢାଉ କରାଯାଇ ୩୪ଟି କେନ୍ଦୁ କାଠ ଗଣ୍ଡି ଜବତ କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ ଡୁଡକାପାଡା ଗାଁରେ ୩୩ଟି କେନ୍ଦୁ କାଠ ଗଣ୍ଡି ଜବତ କରାଯାଇଛି । ତେବେ ଏହାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ବନ ବିଭାଗର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଥିବା ଜଣାପଡିଛିି ।

Leave A Reply

Your email address will not be published.