ଟେଲିବନ୍ଧ ଓ ବନ୍ଧା ପଥର ଅଞ୍ଚଳରେ ଅବକାରୀ ଚଢାଉ ୩୦ ଲିଟର ରନ୍ଧା ମଦ ଜବତ ସହ ୩ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଅବକାରୀ ପୋଲିସ ଦ୍ୱାରା ଚଢାଉ କରାଯାଇ ବେଆଇନ ରନ୍ଧା ମଦ କାରକାର କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହିତ ୩୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ଜଣାପଡିଛି । ସୂଚନା ମତେ ବୌଦ୍ଧ ଥାନା ତେଲିବନ୍ଧ ନିକଟସ୍ଥ ଆନନ୍ଦପୁର ଛକରୁ ବେଣୁ ମିର୍ଦ୍ଧା ନିକଟରୁ ୧୦ ଲିଟର, ବନ୍ଧାପଥର ଇଛାପୁର ଛକରୁ ସନ୍ତୋଷିନୀ ମିର୍ଦ୍ଧା ନିକଟରୁ ୧୦ ଲିଟର ଓ ସୁଦେଷ୍ଣା ସେଠୀଙ୍କ ଠାରୁ ୧୦ ଲିଟର ରନ୍ଧା ମଦ ଜବତ କରାଯାଇଥିବା ଜଣାଯାଇଛି । ଚଢାଉରେ ବୌଦ୍ଧ ଇନ୍ସପେକ୍ଟର ସାଗରିକା ପ୍ରଧାନ ଅବକାରୀ ସବ୍‌ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି, ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ରୂପେଶ ମୁଖୀ କନେଷ୍ଟବଳ ପ୍ରିୟଜନ କହଁର, ଅଞ୍ଜଳି ଅମାତ, ପଞ୍ଚମୀ ବେହେରା, କୈଳାସ ଚନ୍ଦ୍ର ସାହୁ ସାମିଲ ଥିଲେ । ତେବେଧାରା ୪୧ ନିୟମ ଅନୁଯାଇ ସେମାନଙ୍କୁ ଜାମିନରେ ଛଡା ଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.